ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ

ବିଧାନସଭା (ଓଡିଶା ତାଜା ନ୍ୟୁଜ୍ ) ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ 16.3.2020 :- ଭାରତୀୟ ନର୍ବାଚନ କମିଶନଙ୍କ ନୋଟିଫିକେସନ ଅନୁଯାୟୀ ରାଜ୍ୟସଭା ନିର୍ବାଚନ-୨୦୨୦ ନିମନ୍ତେ ଆଜି ଘ.୧୧.୩୦ ମିନିଟ୍‌ ସମୟରେ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ(ତଳମହଲା)ରେ ପ୍ରାର୍ଥୀମାନେ ଦାଖଲ କରିଥିବା ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଦାଶରଥୀ ଶତ ପଥୀଙ୍କ ଦ୍ୱାରା କରାଯାଇଛି ।

ଏହି ପ୍ରକି୍ରୟାରେ ୮ ଜଣ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ୧୨ ଗୋଟି ନାମାଙ୍କନ ପତ୍ର ସେଟ୍‌ ଯାଞ୍ଚ କରାଯାଇଥିଲା । ତନମଧ୍ୟରୁ ମମତା ମହାନ୍ତ, ମୁଜିବୁଲ୍ଲା ଖାଁ, ସୁଜିତ୍‌ କୁମାର ଓ ସୁଭାଷ ଚନ୍ଦ୍ର ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ୮ ଗୋଟି ନାମାଙ୍କନ ପତ୍ର ସେଟ୍‌ ଯାଞ୍ଚ ପରେ କାଏମ ରହିଥିଲା । ଯାଞ୍ଚ ପ୍ରକି୍ରୟା ବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁାମର ଲୋହାନୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ ।

Exit mobile version