କୋଭିଡ ପରିଚାଳନା ଓ ଟୀକାକରଣ ସମ୍ପର୍କରେ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ହିଞ୍ଜିଳିକାଟୁ :-  କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ସାବ୍ୟସ୍ତ ହୋଇଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର କରୁଣ ପରିସ୍ଥିତି।କିଲର ଭାଇରସ ଯୋଗୁଁ ପରିସ୍ଥିତି ଏପରି ହୋଇଛି ଯେ ନିଜ ସମ୍ପର୍କୀୟଙ୍କ ସ୍ୱାଭାବିକ ମୃତ୍ୟୁ ଘଟିଲେ ମଧ୍ୟ ଚାରିକାନ୍ଧ ଦେବା ତ ଦୂରର କଥା ଶବ ପାଖ ମାଡିବାକୁ ସେମାନେ ଉଚିତ ମଣୁ ନ ଥିବା ଘଟଣା ସାମ୍ନାକୁ ଆସିଛି।ଏଭଳି ବିକଳ ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।କରୋନା ସହର ଛାଡି ଏବେ ଗାଁ ମୁଁହା।ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ଏବେ ଜରୁରୀ ହୋଇଛି। ସ୍ଥାନୀୟ ହିଞ୍ଜିଳି ବ୍ଳକ ପ୍ରଶାସନ ପକ୍ଷରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ କରୋନା ପରିଚାଳନା ଓ ଏହାର ସଠିକ ମୁକାବିଲା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି।ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ଓ ଟୀକାକରଣ ସକାଶେ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସବୁ ବିଡ଼ିଓଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ।ଏହି କ୍ରମରେ ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା ବିଭିନ୍ନ ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ବୈଠକମାନ ଆୟୋଜିତ କରି କରୋନା ପରିଚାଳନା ଓ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ।

ଟୀକାକରଣ ପ୍ରକ୍ରିୟା ସହ କୋଭିଡ ସୁପରିଚାଳନା ସମ୍ପର୍କରେ ବ୍ଳକ ପ୍ରଶାସନ ସହ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଛି ଖରିଡା ପଞ୍ଚାୟତ।ଏହି ଅବସରରେ ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତର ଗିରିଆ ନାରାୟଣପୁର ଗ୍ରାମ ଦେବତୀ ପ୍ରାଙ୍ଗଣରେ ଜନ ପ୍ରତିନିଧି,କୋଭିଡ ମନିଟର,ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ସୋମବାରଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଗ୍ରାମରେ କରୋନା ନିୟମ ଅନୁଯାୟୀ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସେ କହିଥିଲେ।ପ୍ରଶାସନର କଟକଣା ମାନି କୋଭିଡ ନିୟମ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟୀକାକରଣ ପ୍ରକ୍ରିୟାରେ ଗ୍ରାମବାସୀ ଅଂଶ ଗ୍ରହଣ କରି କରୋନା ମୁକ୍ତ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।ରୋଗକୁ ଲୁଚାଇ ଅନ୍ୟ ମାନଙ୍କ ପ୍ରତି ବିପଦ ସୃଷ୍ଟି କରିବା ଅପେକ୍ଷା ଟୀକା ନେବା ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଚିତ ଔଷଧ ସେବନ କଲେ ଗ୍ରାମ ସମ୍ପୂର୍ଣ୍ଣ ଭାବେ କରୋନା ବିପଦରୁ ମୁକ୍ତ ହୋଇ ପାରିବା ବୋଲି ସେ କହିଥିଲେ।ଏହି ଆଲୋଚନା ବେଳେ ସରପଞ୍ଚ ରଘୁନାଥ ବେହେରା,ସଭ୍ୟା ରାଣୀ ପ୍ରଧାନ,ମନୋଜ କୁମାର ପ୍ରଧାନ, ବଳରାମ ଦଳାଇ,ଚିତ୍ରସେନ ଦଳାଇ, ଏଏନଏମ ଦେବକୀ ସାନବାଇ,ୱାର୍ଡ ସଭ୍ୟ/ସଭ୍ୟା,ଆଶା ଦିଦି, ଅଙ୍ଗନବାଡି ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ   ( ରିପୋର୍ଟ :ଶୁସାନ୍ତ ପ୍ରଧାନ )

Exit mobile version