ସେବା ଚେରି ଟେବୁଲ୍ ଟ୍ରଷ୍ଟ ସଭାପତି ସୁନୀଲ ସିଂ ଙ୍କ ଜନ୍ମ ଦିନ ଅବସରରେ ଡାକ୍ତରଖାନା ରେ ଫଳ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) ପାଟଣାଗଡ଼ :- ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଖୀ, ଦରିଦ୍ର ଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା , ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ବନେଇ ତାଙ୍କୁ ଭତ୍ତା ଯୋଜନା ତଥା ଅନ୍ୟାନ୍ୟ ଯୋଜନା ରେ ସାମିଲ କରିବା, ମହାମାରୀ ସମୟରେ ଡାକ୍ତରଖାନା ମାନଙ୍କରେ ରୋଗୀ ମାନଙ୍କୁ ,ରୋଗୀ ମାନଙ୍କ ପରିଜନ ମାନଙ୍କୁ ଓ ରାସ୍ତାରେ ବୁଲୁଥିବା

ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ, ଫଳ, ବିସ୍କୁଟ, ପାଉଁରୁଟି ବଣ୍ଟନ କରିବା ସର୍ବୋପରି ସମାଜସେବା କୁ ବ୍ରତ ଭାବେ ପାଳନ କରିଥିବା ବିଶିଷ୍ଟ ସମାଜସେବୀ ଶ୍ରୀ ସୁନୀଲ ସିଂ ଙ୍କ ଜନ୍ମ ଦିନ ତଥା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆଜି ପାଟଣାଗଡ଼ ଡାକ୍ତରଖାନା ଓ ବେଳପଡା ଡାକ୍ତରଖାନା ରେ ରୋଗୀ, ରୋଗୀ ପରିଜନ ଓ ରାସ୍ତାରେ ବୁଲୁଥିବା ଅସହାୟ ମାନଙ୍କୁ ଫଳ,ବିସ୍କୁଟ, ପାଉଁରୁଟି ବଣ୍ଟନ କରାଯାଇଥିଲା ।

ଏକ ସ୍ବେଛାସେବୀ ସଂଗଠନ କରି ଅଂଚଳରେ ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସନିୟ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମ ରେ ସେବା ଚେରିଟେବୁଲ ର ସଭାପତି ଶ୍ରୀ ସୁନୀଲ ସିଂ ନିଜେ ଉପସ୍ଥିତ ରହି ନିଜକୁ ସାମିଲ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ଉପସଭାପତି ଗିରିରାଜ ଭୋଇ,କୋଷାଧ୍ୟକ୍ଷ ପ୍ରକାଶ ସିଂ,ମରୁଆଁ ସରପଞ୍ଚ ସନ୍ତୋସିନୀ

ବିଶି, ସେବୀକା ରାଜହନ୍ସ ,ରୀଙ୍କୁ ନାଗ, ସିଲୁ ସାହୁ, ସୂର୍ୟ୍ଯା ଶବର, ମନବୋଧ ବରିହା ପାଟଣାଗଡ଼ ରେ ସହଯୋଗ କରିଥିବା ବେଳେ ବେଳପଡା ରେ ଜନାର୍ଦନ ସିଂ, ହରିଷ ବୁଡେକ, ବନମାଳୀ ନାଏକ, ସିପୁନ ଖମାରୀ, ଜୟ ମେହେର, ଯୁଗଳ ମେହେର, ଇଂ.ଜଗଜୀବନ ଭୋଇ ,ଜିତୁ ନାଏକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ ।(ପାଟଣାଗଡ଼/ଗୋରେଖନାଥ ବରିହା )

Exit mobile version