ନୂତନ ଜଜ୍ କୋର୍ଟ ଉଦଘାଟିତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) ଓଡ଼ଗାଁ :- ଓଡ଼ଗାଁ ଏନ୍ଏସିର କୋର୍ଟ ପରିସରରେ ଆଜି ଭର୍ଚୁଆଲ ମାଧ୍ୟମରେ ନୂତନ ଜଜ କୋର୍ଟ ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଡ଼ଃ ଏସ-ମୁରଲୀଧରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଓଡ଼ଗାଁ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁଙ୍କ ସଭାପିତତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଚାରପତି ଡ଼ଃ ବି-ଆର- ଷଡ଼ଙ୍ଗୀ ଓ ଵିଚାରପତି ପ୍ରମୋଥ ପଟ୍ଟନାୟକ ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ଥିଲେ ।

ସମ୍ମାନୀତ ଅତିଥିଭାବେ ଓଡ଼ଗାଁ କୋର୍ଟର ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ ଯୋଗଦେଇଥିବା ବେଳେ ନବ ନିଯୁକ୍ତ ଜଜ ଶିଭାଶିଷ ଗିରି,କନିଷ୍ଠ ବିଭାଗ ଦେଓୟାନୀ ମାଜିଷ୍ଟ୍ରେଟ ଅପୂର୍ବ ରାୟ ଓ ନ୍ୟାୟଧୀକାରୀ ସୁଧାବାଇ ଅଗ୍ରୱାଲ ଉପସ୍ଥିତ ଥିଲେ । ଆଜିର ଏହି ଉସଘାଟନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ସମ୍ମାନ ଜଣାଇ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁ ଓ ସମ୍ପାଦକ ବସନ୍ତ କୁମାର ମହାନ୍ତି ପରିଚାଳନା କରିଥିବାବେଳେ ସମସ୍ତ ଆଇନଜୀବୀ ମାନେ ସହଯୋଗ କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version