କଟକ ସାଂସଦ ଭତୃହରି ଙ୍କ ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ବାର୍ତା

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁନ ସୋମବାର ) ବାଙ୍କୀ :- ବିଶ୍ୱ ପରିବେଶ ସପ୍ତାହ ଉପଲକ୍ଷେ ଆଜି କଟକ ସାଂସଦ ଭତୃହରି ମହତାବ ଅନଲାଇନ ଭର୍ଚ୍ଚୁଆଲ ବୈଠକ ମାଧ୍ୟମରେ ବାଙ୍କୀ, ଆଠଗଡ଼,ଖଣ୍ଡପଡା ଓ ବଡମ୍ବା ଜନ ସାଧାରଣ ଙ୍କ ସହ ପରିବେଶ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ସହର ଆଧୁନିକ କରଣ ଶିଳ୍ପାୟନ ଯୋଗୁଁ ଜଙ୍ଗଲ କଟା ଯାଉଛି ଯାହା ଫଳରେ ବିଶ୍ୱ ର ପରିବେଶ ପରିବର୍ତ୍ତନ ହେଉଛି।ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବା ସହ ଅନ୍ୟକୁ ବୃକ୍ଷ ରୋପଣ କରେଇବା ପାଇଁ ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ ।

କୃତିମ ଜଙ୍ଗଲ ସୃଷ୍ଟି ପାଇଁ ବୈଠକରେ ପରିବେଶ ପ୍ରେମୀ ଙ୍କ ସହ ଶ୍ରୀ ମହତାବ ଆଲୋଚନା କରି କଟକସଂସଦୀୟ ନିର୍ବାଚନମଣ୍ଡଳୀ କିପରି ସବୁଜ ମୟ ହେବ ସେ ସମ୍ପର୍କରେ କି କି ପଦକ୍ଷେପ ନିଆ ଯିବ ସେ ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପରିବେଶ ପ୍ରେମୀ ଙ୍କ ଠାରୁ ଶୁଣିଥିଲି।ଆଜିର ଏହି ବୈଠକରେ ପରିବେଶ ପ୍ରେମୀ ,ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ,ପରିବେଶ ପ୍ରେମୀ ଅମିତ ସାହୁ,ଇଞ୍ଜିନିୟର ତଥା ପ୍ରାକୃତି ପ୍ରେମୀ ଶ୍ରୀକାନ୍ତ ପଣ୍ଡା ଙ୍କ ସମିତ ବହୁ ପରିବେଶ ପ୍ରେମୀ ଓ ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଥିଲେ । (ରିପୋର୍ଟ:ଗୌତମ ମିଶ୍ର)

Exit mobile version