ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁନ ସୋମବାର ) ବାଙ୍କୀ :- ବାଙ୍କୀ ବ୍ଲକ ମାଲବିହାରିପୁର ପଡିଆ ଭଙ୍ଗା ପୋଖରୀ ବନ୍ଧ ଠାରେ ଅଂଶୁପା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କରାଯାଇଥିଲା।ମଞ୍ଚ ର ସଭାପତି ଅରୁପ ବେହେରା ଙ୍କ ନେତୃତ୍ୱରେ ଉପସଭାପତି ପିଣ୍ଟୁ ପରିଡା,

ଟିକା ପ୍ରଧାନ, କାଳନ୍ଦୀ ପ୍ରଧାନ,ଓଁମ ପ୍ରକାଶ ବେହେରା, ଶିବ ପ୍ରସାଦ ସାହୁ,ସୋମ୍ୟ ରଞ୍ଜନ ସାହୁ,ବିଶ୍ଵଜିତ ଦାସ,ବାପି ଜେନା ପ୍ରଭୁତି ବୃକ୍ଷ ରୋପଣ କରିଥିଲେ।ଗ୍ରାମରେ ଆଗାମୀ ଦିନରେ ବହୁ ସଂଖ୍ୟାରେ ବୃକ୍ଷ ରୋପଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି। (ରିପୋର୍ଟ:ଗୌତମ ମିଶ୍ର)

Exit mobile version