ଆଗେଇବା ଏବଂ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନର ପଣ୍ଡିତ ନୀଳମଣି ଶାନ୍ତି ପରିବହନ ସେବାକୁ ଜୟ ଜଗନ୍ନାଥ କହି ଶୁଭାରମ୍ଭ କଲେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ଢେଙ୍କାନାଳ

ଓଡ଼ିଶା ତାଜା ନିୟୁଜ୍ (୬ ଜୁନ୍ ରବିବାର) ଢେଙ୍କାନାଳ :- ନିରାଶ୍ରୟା ତଥା ସର୍ବନିମ୍ନ ସ୍ତରରେ ସ୍ଵାସ୍ଥ୍ୟସେବା ପହଞ୍ଚାଇବା ନିମନ୍ତେ ସମ୍ବାଦପତ୍ରିକା ” ଆଗେଇବା” ଏବଂ ” ଆମ ପ୍ରତିଭା ଆମ ପରିଚୟ ” ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସ୍ଵାସ୍ଥ୍ୟ ପରିବହନ ସେବାର କାର୍ଯ୍ୟକ୍ଷମ କରାଯାଉଛି। ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ଲେଖାଏଁ ଗାଡ଼ିର ବ୍ୟବସ୍ଥା କରାଯାଇଛି।

ଗାଡି ଗୁଡ଼ିକ ବ୍ୟାଙ୍କ୍ ଲୋନ୍ ଦ୍ଵାରା ସଂଗଠନର ସଂପାଦକ ଗଦାଧର ସାହୁଙ୍କ ନାମରେ କାର୍ଯ୍ୟକ୍ଷମ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଜୟ ଜଗନ୍ନାଥ କହି ଓ ସେଠାରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ସାରଙ୍ଗଧର ଦାସ ପ୍ରତିମୂର୍ତ୍ତିଙ୍କ ପାଦ ସ୍ପର୍ଶ କରି ପତାକା ଦେଖାଇ ପଣ୍ଡିତ ନୀଳମଣି ଶାନ୍ତି ପରିବହନ ସେବାର ଶୁଭାରମ୍ଭ କରିଛନ୍ତି।

ପୂର୍ବରୁ ଶ୍ରେଷ୍ଠ ବିଧାୟକ ଭାବେ ଏକ ଲକ୍ଷ ଟଙ୍କା ପୁରସ୍କୃତ ମିଳିଥିବା ତଥା ପୂର୍ବତନ ବାଚସ୍ପତିଙ୍କ ନାମରେ ନାମିତ ସ୍ଵର୍ଗତ ପଣ୍ଡିତ ନୀଳକଣ୍ଠ ସମ୍ମାନ ଉଦ୍ଦେଶ୍ୟରେ ଗୋଟିଏ ଗାଡ଼ି ପଣ୍ଡିତ ନୀଳକଣ୍ଠ ସ୍ଵାସ୍ଥ୍ୟ ପରିବହନ ସେବା ଏବଂ ଅନ୍ୟଟି ସ୍ଵାଧୀନତା ସଂଗ୍ରାମୀ ତଥା ଢେ଼ଙ୍କାନାଳର ପ୍ରଥମ ସାଂସଦ ସାରଙ୍ଗଧରଙ୍କ ଉଦ୍ଦେଶ୍ୟରେ ଶାନ୍ତି ପରିବହନ ସେବାର ଶୁଭାରମ୍ଭ କରିଛନ୍ତି।

ଏଥିରେ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଏବଂ ସହ ଧର୍ମୀଣୀ ନନ୍ଦିତା ବେହେରା ଏକ ଲକ୍ଷ ଓ ଅନେକ ବ୍ୟକ୍ତି ବିଶେଷ କିଛି ଅର୍ଥ ସହଯୋଗ ରହିଛି ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ଦୁଇଟି ସାମ୍ବାଦିକ ସଂଘ ଓ ଆଗଧାଡିର ବଜରଙ୍ଗ କ୍ଲବକୁ ଗୋଟିଏ ଲେଖାଏଁ sprayer machine ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନରୋତ୍ତମ ବେହେରା,ଏସ୍ ଡି ପି ଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଯୁବନେତା,ବରିଷ୍ଠ ଆଇନଜୀବି, ସାମ୍ବାଦିକ ବନ୍ଧୁଗଣ ଓ ଅନେକ ବ୍ୟକ୍ତି ବିଶେଷଙ୍କ ସହ ସହରର ବିଭିନ୍ନ କ୍ଲବର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version