ରକ୍ତର ଘୋର ଅଭାବକୁ ପୂରଣ କରିବା ଉଦେଶ୍ୟରେ ସ୍ବେତ୍ସାକୃତ ରକ୍ତଦାନ ସହ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ନୟାଗଡ :- ନୟାଗଡ ଜିଲ୍ଲା ରେ ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ଅଭାବ ଦେଖିବାକୁ ମିଳିଛି । ଅଭାବ କୁ ଦୃଷ୍ଟି ରେ ରଖି ଆଜି ସାଇ ଶୁଭମ୍ ଏବଂ ଭାଗିରଥି ବାଇ ଙ୍କ ତତ୍ତ୍ଵାବଧାନରେ ଏକ ରକ୍ତ ଦାନ ଶିବିର ର ଅନୁଷ୍ଠିତ ହୋଇଥିଲା  ଏହି କାର୍ଯକ୍ରମ କୁ ମାନ୍ୟବର ମନ୍ତ୍ରୀ ଡ୍ଡ ଅରୁଣ କୁମାର ସାହୁ ଉଦଘାଟନ କରିବା ସହ ସାମାଜିକ ଦୁରତ୍ଵ ଏବଂ କରୋନା କୁ କିପରି ଦୁରେଇହବ ସେଇ କଥା ମଧ୍ୟ ରକ୍ତ ଦାତା ଙ୍କୁ ସଂକ୍ଷେପରେ ବୁଝାଇଥିଲେ ଏହି କାର୍ଯକ୍ରମ ରେ ୩୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏବଂ ତା ସହ ପରିବେଶ ଦିବସ ପାଳନ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ବିଡୀଓ ମନୋଜ କୁମାର ପାତ୍ର,ଯୋଗଦେଇଥିଲେ।ପରିବେଶ ଦିବସ ଉପଲକ୍ଷେ ସାଉଁରିଆ ଅଗ୍ରୱାଲ,ଜଗନ୍ନାଥ ଦାସ ,ଦୀପକ ଖଣ୍ଡାୟତ ରାଏ,ରଙ୍ଗନାଥ ବେହେରା ,ଦମଦାର ସାହୁ, ପ୍ରଦୀପ୍ତ ପଟ୍ଟନାୟକ ସମ୍ମାନୀତ କରାଯାଇଥିଲା ।

ଉକ୍ତ କାର୍ଯକ୍ରମ ରେ କଲେଜ ଅଧକ୍ଷ ଅଶୋକ ନାୟକ, ସନାଲିକା ମନ୍ଥନ, ଜିଲ୍ଲା coordinator ଗୁରୁ ପ୍ରସାଦ ଜେନା, ଅଜିତ ସାହୁ, ଦୁର୍ୟୋ ଧନ ବେହେରା ଦାମ ସାର,କୃପାସିନ୍ଧୁ ପ୍ରଧାନ,ପାର୍ଥସାରଥୀ ବାଇ, ଆଶିଷ ଅଗ୍ରୱାଲ,ଦିଲ୍ଲୀପ ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୁଭମଙ୍କ ପ୍ରଧାନ,ଦେବାଶିଷ ମାର୍ଥା ,ଚିନ୍ମୟ ବେହେରା, ଇମ୍ରନ ଖାଁ,ଶୁଭମ୍ ମହାନ୍ତି , ରୋନୀ,ଶିବ ଦାସ ସହଯୋଗ କରିଥିଲେ।  (ରିପୋର୍ଟ -ରାମକୃଷ୍ଣ ରଥ) 

Exit mobile version