ବେଗୁନିଆ ରୁ କଲିକତା ଅଭିମୁଖେ ଯାଉଥିବା ଗୋରୁ ବୋଝେଇ କଣ୍ଟେନରକୁ ବଜରଙ୍ଗ ଦଳର କର୍ମୀ ଧରିଲେ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) କଟକ :- ଖୋର୍ଦ୍ଧାର ବେଗୁନିଆ ଅଞ୍ଚଳରୁ କଲିକତା ଅଭିମୁଖେ ଯାଉଥିବା , ୬୦ରୁ ଉର୍ଦ୍ଧ ଏକ ଗୋରୁ ବୋଝେଇ କଣ୍ଟେନରକୁ , ରବିବାର ସକାଳ ୫ଟାରେ , କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର , ଫୁଲନଖରା ନିକଟସ୍ଥ ବମ୍ଫକୁଦ ନିକଟରେ , ଗୋ -ସୁରକ୍ଷା ବାହିନୀ ବଜରଙ୍ଗ ଦଳର କେତେକ ସଦସ୍ୟ ଧରିବାରେ ସଫଳ ହୋଇଥିଲେ । ଧରା ପଡ଼ିଥିବା ୬୫ ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ କଣ୍ଟେନରରେ ଦୁଇ ପ୍ରକାର ନମ୍ବର ଲେଖା ଯାଇଥିବା ଦେଖିବାକୁ ମିଳିଥିଲା । କଣ୍ଟେନରର ସମ୍ମୁଖ ନମ୍ବର ପ୍ଲେଟରେ 0R-21-M-4488 ନମ୍ବର ରହିଥିଲା ବେଳେ, ପଛପଟ ନମ୍ବର ପ୍ଲେଟରେ 0R-01-M-4488 ଲେଖା ଯାଇଛି । ଅଭିନୟ ଉପାୟରେ ଏପରି କାର୍ଯ୍ୟ ଅନାୟାସରେ ଚାଲିଛି ।

ଏହି ଗୋରୁ ବୋଝେଇ କଣ୍ଟେନରକୁ ସୁରକ୍ଷା ଦେଇ ନେଇଯାଉଥିବା ଗୁଣ୍ଡା ବାହିନୀଙ୍କ ସହିତ ବଜରଙ୍ଗ ଦଳର ସଦସ୍ୟଙ୍କ ମଧ୍ୟରେ ମୁହଁ।ମୁହିଁ ହୋଇଥିଲେ । ବଜରଙ୍ଗ ଦଳର ସଦସ୍ୟ ମାନଙ୍କୁ ଗୋରୁ ଵୋଝେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ଗୁଣ୍ଡା ମାନେ, ମାରଣାସ୍ତ୍ର ଦେଖାଇ ଭୟଭୀତ କରି ମଧ୍ୟ ଗାଡ଼ି ନେଇ ଯିବାରେ ସଫଳ ହୋଇ ନପାରିବାରୁ ପଳାଇ ଯାଇଥିଲେ । ଏହି ଖବର ପାଇ ପ୍ରଥମେ କଟକ ସଦର ଥାନାର ଅତିରିକ୍ତ ଆଇଆଇସି ଅନିତା ସାହୁ,ଘଟଣା ସ୍ଥଳରେ ପହଞ୍ଚି ଆହତ ଗୋରୁ ବୋଝେଇ ,କଣ୍ଟେନରର ଚାଳକକୁ ଥାନାକୁ ପଠାଇଥିଲେ ପରେ ପରେ ଖବର ପାଇ ସଦର ଥାନା ଆଇଆଇସି ସୁଧାଶୁଂ ଭୁଷଣ ଜେନା, ଯୋନ -୪ ଏସିପି ସତ୍ୟରଞ୍ଜନ ମଲ୍କିକ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗାଡ଼ିରେ ଥିବା ତିନି ଜଣ ଲୋକଙ୍କୁ ଥାନାକୁ ନେଇଥିଲେ । ଧରାପଡିଥିବା ଗୋରୁଙ୍କୁ କଟକ ର ଏକ ଗୋଶାଳାରେ ଛଡ଼ାଯିବ ।

ପ୍ରକାଶ ଥାଉକି ଗୋରୁଚାଲାଣ କାରି, ଗାଡ଼ିର ମାଲିକ ମାନେ ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ଥାନା, ଫାଣ୍ଡି କୁ ମାସିକିଆ ପାଉଣା ଦେଇ , ଏପରି କାରବାର କରୁଉ । ଯାହା ଫଳରେ ଗୋରୁ ବୋଝେଇ ଗାଡ଼ି ଯାଉଥିଲେ ମଧ୍ୟ ବିଭିନ୍ନ ଥାନର କର୍ମଚାରୀ ମାନେ ଦେଖି ନଦେଖିଲା ପରି ରହୁଛନ୍ତି । ଏଥିସହିତ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନର କର୍ମଚାରଙ୍କୁ ମଧ୍ୟ ଗୋରୁ ବୋଝେଇ ଗାଡ଼ିର ଚାଳ ହାତଗୁଞ୍ଜା ଦେଇ ନିର୍ଭୟରେ ସେମାନଙ୍କ କାର୍ଯ୍ୟ ଚଳାଉଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଥାନା ପକ୍ଷରୁ ଗୋରୁ ଗାଡ଼ି ଧରିବା ନଜିର ନାହିଁ ।

ଯେଉଁ ସବୁ ଗୋରୁ ଗାଡ଼ି ଧରାଯାଉଛି , ସେ ସବୁକୁ ବିଭିନ୍ନ ସ୍ୱଛାସେଵୀ ଅନୁଷ୍ଠାନ, ବିଶ୍ୱହିନ୍ଦୁ ପରିଷଦ, ଗୋ ସୁରକ୍ଷା ବାହିନୀ, ବଜରଙ୍ଗ ଦଳର ସଦସ୍ୟ ମାନେ, ଗୋରୁ ବୋଝେଇ ଗାଡ଼ିକୁ ଧରି ପୋଲିସକୁ ଦେଉଥିବା ନଜିର ରହିଛି । ପୋଲିସ କେବଳ ଧରାପଡୁଥିବା ଗୋରୁ ଵୋଝେଇ ଗାଡ଼ିକୁ ଜବତ କରି , ଧରାପଡୁଥିବା ଗୋରୁ ଗାଈଙ୍କୁ ଗୋଶାଳାରେ ଛାଡ଼ି, ଏକ ମାମଲା ରୁଜୁକରି ନିଜର କାର୍ଯ୍ୟ ସାରିଦେଉଛି ।ଯାହା ଫଳରେ ଥାନାରେ ଦିନେ ଦୁଇ ଦିନ ଅଟକି ରହିଥିବା, ଗୋରୁ ଗାଡ଼ିକୁ ମାଲିକମାନେ ଥାନାରେ ପହଞ୍ଚି ରିଲିଜ କରିନେଉଛନ୍ତି । ରିଲିଜ ହେବା ପରେ ପୁଣି ଗୋରୁ ବୁହା କାର୍ଯ୍ୟରେ ସଂପୃକ୍ତ କଣ୍ଟେନର ଏବଂ ଟ୍ରକକୁ ବ୍ୟବହାର କରାଯାଉଛି । (କଟକ ରୁ ଅମୂଲ୍ୟ କୁମାର ବାରିଙ୍କ ରିପୋର୍ଟ)  

Exit mobile version