ବିଡ଼ିଓଙ୍କ କୋଭିଡ ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ସାବ୍ୟସ୍ତ ହୋଇଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର କରୁଣ ପରିସ୍ଥିତି।କିଲର ଭାଇରସର ସ୍ଥିତି ଯୋଗୁଁ ପରିସ୍ଥିତି ଏପରି ଦେଖାଦେଇଛି ଯେ ନିଜ ସମ୍ପର୍କୀୟଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲେ ମଧ୍ୟ ଶବକୁ ଚାରିକାନ୍ଧ ଦେବା ତ ଦୂରର କଥା ଶବ ପାଖ ମାଡିବାକୁ କେହି ବି ଉଚିତ ମଣୁ ନ ଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ବିକଳ ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।କରୋନା ସହର ଛାଡି ଏବେ ଗାଁ ମୁଁହା।ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ସମୟ ସାପେକ୍ଷ ହୋଇଛି । ତଥାପି ସ୍ଥାନୀୟ ହିଞ୍ଜିଳି ବ୍ଳକ ପ୍ରଶାସନ ପକ୍ଷରୁ କରୋନା ପରିଚାଳନା ଓ ଏହାର ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି । ଗଞ୍ଜାମ ଜିଲ୍ଲାରେ କୋଭିଡର ସୁପରିଚାଳନା ସମ୍ପର୍କରେ ବିଭିନ୍ନ ପଦାଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ସକାଶେ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସବୁ ବିଡ଼ିଓଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ରବିବାର ବିଡ଼ିଓ ସୁବ୍ରତ କୁମାର ଜେନା ହିଞ୍ଜିଳି ବ୍ଳକ ଗଣ୍ଡଳା,ଧୋବାଡି ପାଟପୁର ଓ ବେଲଗାଁ ପଞ୍ଚାୟତରେ ଅନୁଷ୍ଠିତ ବୈଠକରେ କରୋନା ପରିଚାଳନା ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ମୁଖ୍ୟତଃ ସରପଞ୍ଚ,ସଭ୍ୟ ଓ କୋଭିଡ ମନିଟର,ଏଏନଏମ,ଆଶା ଓ ଅଙ୍ଗନବାଡିଙ୍କୁ ନେଇ କରୋନା ମୁକ୍ତ ପଞ୍ଚାୟତ ସଫଳତା ହାସଲ ପାଇଁ ଅଧିକରୁ ଅଧିକ ସ୍ୱାବ ସଂଗ୍ରହ ଓ ବ୍ୟାପକ ଟୀକାକରଣ ସହ ପ୍ରତ୍ୟେକଙ୍କ ଜୀବନ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ପଞ୍ଚାୟତର ସମସ୍ତ ବ୍ୟବସାୟୀ ପଞ୍ଚସୁତ୍ରୀ ନିୟମ ଅନୁଯାୟୀ ବ୍ୟବସାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ।କୋଭିଡ ପରିଚାଳନା କ୍ଷେତ୍ରରେ ଉପଯୁକ୍ତ ଭାବେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମରେ ସ୍ୱଚ୍ଛତା ଓ ପରିମଳ ଉପରେ ଧ୍ୟାନ ଦେବା ପାଇଁ କହିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଯେପରି ବ୍ୟାହତ ନ ହେବ ସେଥିପ୍ରତି ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ବିଡ଼ିଓ ଶ୍ରୀ ଜେନା ଆଲୋଚନା ବେଳେ ଅବଗତ କରିଥିଲେ । ସରପଞ୍ଚ ଗୌରୀ ସାହୁ, ସୁଧାଂଶୁ ସାହୁ, ସଭ୍ୟ ଜେ.ଦଣ୍ଡପାଣି ଆଚାରୀ, ପିଇଓ ନବୀନ ମହାରଣା, ବି ହରି ଓ ମଧୁସୂଦନ ବିଷୋୟୀ, ଏଏନଏମ, କୋଭିଡ ମନିଟର, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଗଣ ଆଲୋଚନା ବେଳେ ଉପସ୍ଥିତ ଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version