କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ନୟାଗଡ଼ ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତସଙ୍କଟ : ସେବା ଉତ୍ସବ ସମିତି ପକ୍ଷରୁ ରକ୍ତଦାନ ଶିବିର – ମୋଟ 25 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ନୟାଗଡ଼ :- କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ନୟାଗଡ଼ ରକ୍ତଭଣ୍ଡାରରେ ଏବେ ରକ୍ତସଙ୍କଟ ଦେଖାଦେଇଛି l ଏଣୁ, ଏହି ସମୟରେ ରକ୍ତଭଣ୍ଡାରରେ ରକ୍ତଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ଏକ ମାରାଥନ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l

ଏହି ଅବସରରେ ଶୁକ୍ରବାର ଖଣ୍ଡପଡା ବ୍ଲକ ଗୁଣ୍ଠୁଣି ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ଓ ଗୁଣ୍ଠୁଣି ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସମସ୍ଥ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବା ସହ ସମସ୍ଥ କୋଭିଡ କଟକଣା ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଥିଲା l

ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ଗୁଣ୍ଠୁଣି ଯୁବକ ସଙ୍ଘର ସଭାପତି ଅଶୋକ ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ 25 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଅନ୍ୟପକ୍ଷେ ଆଜିର ରକ୍ତଶିବିରକୁ ଯୁବ ସ୍ବେଛାସେବୀ ମାଧବ ନାୟକ, ପ୍ରତାପ ଚନ୍ଦ୍ର ନାୟକ, ସୁଲୁ ଜେନା, ଚିନ୍ମୟ ଜେନା, ପର୍ଶୁରାମ ବେହେରା, ଶୁକଦେବ ମୁଦୁଲି, ବିଶ୍ୱରଂଜନ ଦଳବେହେରା ଓ ରଞ୍ଜନ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ l (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version