ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟରେ ଦ୍ଵିତୀୟ ଲହର ଆତଙ୍କ ସୃଷ୍ଟି କରିଛି।ସବୁଠାରେ ଦେଖାଦେଇଛି ଭୟର ବାତାବରଣ।ସଂକ୍ରମଣ ଉଗ୍ର ଓ ଘାତକ ରୂପ ସାଜି ବହୁ ସଂକ୍ରମିତଙ୍କ ଅମୂଲ୍ୟ ଜୀବନ ନେଲାଣି କିଲର ଭାଇରସ।ଚାରିଆଡେ ଏକ ବିଷମ ଓ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି ଘାତକ କରୋନା।ସନ୍ତୁଳିତ ହେଉଛି ଲୋକଙ୍କ ଜୀବନ ଜୀବିକା। ଓଡିଶାବାସୀଙ୍କ ଜୀବନ ସୁରକ୍ଷା ଲାଗି ବ୍ୟାପକ ପ୍ରସ୍ତୁତି ଜାରୀ ରଖିଛନ୍ତି ରାଜ୍ୟ ସରକାର।ଲକ ଡାଉନ ସପକ୍ଷରେ ରାଜ୍ୟ ସରକାର ନ ଥିଲେ ମଧ୍ୟ ଅନ୍ୟାନୋପାୟ ହୋଇ ଶେଷରେ ଲାଗୁ କରିଛନ୍ତି ନାଇଟକର୍ଫ୍ୟୁ, ଲକଡାଉନ ଓ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା । ଏବେ ସାରା ରାଜ୍ୟରେ ବଳବତ୍ତର ରହିଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ପ୍ରଶାସନିକ ସ୍ତରରେ ଅହନିଶି ପ୍ରଚେଷ୍ଟା ଜାରୀ ରହିଛି।ସ୍ଥାନୀୟ ସହର ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ତଣ୍ଡ ଆଦାୟ କରୁଥିବା ବେଳେ କିଛି ସ୍ଥାନରେ ଚାଲିଛି ବେଧଡକ ଜୁଆଆଡ୍ଡା। ସ୍ଥାନୀୟ ସହରର ମୁଖ୍ୟ ସଡକ ପଥରେ ଅବସ୍ଥିତ ଥିବା ଏକ ଗାଡି ମରାମତି ଗ୍ୟାରେଜ ପାଲଟିଛି ଜୁଆଡିଙ୍କ ଆଡ୍ଡାସ୍ଥଳୀ ।
