ଓଡ଼ିଶା ର ପ୍ରଥମ ବ୍ୟକ୍ତିତ୍ଵ କ୍ରିଷ୍ଣା ଡିକେ ଚଳଚ୍ଚିତ୍ରକୁ ନେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ପାଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ହିଞ୍ଜିଳିକାଟୁ :-  ହିଞ୍ଜିଳିକାଟୁ ପୈାରାଞ୍ଚଳର ସୁନାମଧନ୍ୟ ନୃତ୍ୟମ ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ ସବୁବେଳେ କିଛି ନିଆରା କାର୍ଯ୍ୟକୁ ନେଇ ଦେଶ ବିଦେଶରେ ନାମ ଅର୍ଜନ କରିପାରିଛନ୍ତି। ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ସମାଜକୁ ନୂତନ ଦିଗଦର୍ଶନ ଦେଇ ଆସିଛନ୍ତି।ଚଳଚ୍ଚିତ୍ରକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ହାସଲ କରିବାରେ ସେ ଓଡ଼ିଶାର ପ୍ରଥମ ବ୍ୟକ୍ତିତ୍ଵ ଅଟନ୍ତି । ସେ ନିର୍ମାଣ କରିଥିବା ସବୁ ଚଳଚ୍ଚିତ୍ରର ନାମ ସ୍ବତନ୍ତ୍ର ଧରଣର ହୋଇଥିବା ଯୋଗୁଁଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ପାଇପାରିଛନ୍ତି। ୬ ଟି ଚଳଚ୍ଚିତ୍ର ର ଟାଇଟେଲର ପ୍ରଥମ ଅକ୍ଷର ଅ କୁ ନେଇ ନାମ କରଣ କରାଯାଇଥିଲା। ଅନ୍ତଃସ୍ୱର୍, ଅସବର୍ଣ୍ଣ, ଅଭିଳାଷ, ଅଭିପ୍ସା, ଅନୁରାଗ, ଅନନ୍ୟା। ସବୁ ଚଳଚ୍ଚିତ୍ର ଗୁଡ଼ିକ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳିକାଟୁ ରେ ପ୍ରସ୍ତୁତ କରାଯାଇଛି। ସବୁ ଚଳଚ୍ଚିତ୍ର ମଧ୍ୟରୁ ଅଭିଳାଷ ଏବଂ ଅଭିପ୍ସା ଚଳଚ୍ଚିତ୍ର ବେଶ୍ ନିଆରା ଅଟେ ଯାହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ। ଏହିଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପାଇଁ ଆଜି ଓଡିଶା ତଥା ଭାରତ ସ୍ତରରେ ଏକ ସ୍ତତନ୍ତ୍ର ମର୍ଯ୍ୟଦାର ଅଧିକାରୀ ହୋଇ ପାରିଛନ୍ତି କ୍ରିଷ୍ଣ ଡିକେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ହାସଲ କରିବା ପାଇଁ ବହୁ ପ୍ରମୁଖ ବ୍ୟକ୍ତି ଙ୍କ ମଧ୍ୟ ହାତ ରହିଛି ବୋଲି କୁହନ୍ତି କିଷ୍ଣା।ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପାଇଁ ସେ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରି ରଖିଥିଲେ।

ଚଳଚ୍ଚିତ୍ର ତଥ୍ୟ ସଂଗ୍ରହ କରିବା ପାଇଁ ଇ. ସଞ୍ଚିତା ପାତ୍ର, କାଜଲ ବେହେରା ଓ ରଶ୍ମି ପାଢି ଦୀର୍ଘ ୩ ମାସ କାର୍ଯ୍ୟକାରୀ କରିଛନ୍ତି। ଅସବର୍ଣ୍ଣ ଏବଂ ଅନନ୍ୟା ଚଳଚ୍ଚିତ୍ରର କାହାଣୀ ପ୍ରିୟମ୍ବଦ ପଟ୍ଟନାୟକ ଲେଖିଥିଲେ ଏବଂ ଅଭିପ୍ସା ଚଳଚ୍ଚିତ୍ର ର କାହାଣୀ ସନ୍ନ୍ୟାସୀ ମହାରଣା ଲେଖିଥିଲେ। ଏହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପାଇଁ ସଂପୂର୍ଣ୍ଣ ସହଯୋଗ ସନ୍ନ୍ୟାସୀ ମହାରଣା ସାର୍, ଅରୁଣ ସାହୁ ସାର୍, ସୋମନାଥ ସାର୍ ଏବଂ ହିଞ୍ଜିଳିକାଟୁ ବ୍ଲକ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନରଞ୍ଜନ୍ ସାହୁ ଓ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କର ପ୍ରମୁଖ ଅବଦାନ ରହିଛି। ଆଜି ଓଡିଶା, ଗଞ୍ଜାମ ଓ ହିଞ୍ଜିଳିକାଟୁ ପାଇଁ ଗର୍ବ ପାଲଟିଛି ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର। ଚଳଚ୍ଚିତ୍ର ଗୁଡ଼ିକ ଜାତୀୟ ତଥା ଆନ୍ତର୍ଜାତୀୟ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ଦେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକ। ଏହି ପରି ନୂତନ ଚିନ୍ତାଧାରା ଏବଂ ସମାଜର ଉନ୍ନତି ନିମନ୍ତେ ମୂଳଦୁଆ ସାଜିଛି ନୃତ୍ୟମ୍ ଅନୁଷ୍ଠାନ। ଓଡିଶା ପାଇଁ ଗର୍ବ ଆଣିଥିବା ଏହି ଅନୁଷ୍ଠାନ ଆଜି ନିଜର ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପ୍ରକାଶ କରିଛନ୍ତି।
( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version