ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ଅମୃତଧାରା ଅଚଳ

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କାର୍ଯ୍ୟାଳୟ ରେ ଥିବା ଅମୃତଧାରା ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି! ଯାହା ଫଳରେ ବ୍ଳକ କୁ ଆସୁଥିବା ଲୋକମାନେ ପାନୀୟ ଟିକିଏ ପାଇଁ ହଇରାଣ ହେଉଛନ୍ତି ! ହେଲେ ଅତି ପାଖରେ ଅଛି ଜଳ ଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ! ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବେଲପଡା ବ୍ଳକ ଓ ଜଳ ଯୋଗାଣ ବିଭାଗ କେତେ ଯେ ଅବହେଳା ତାହା ସହଜରେ ଅନୁମେୟ ।

ବ୍ଳକ କାର୍ଯ୍ୟାଳୟକୁ ରେ ଥିବା ଅମୃତ ଧାରା ଦୀର୍ଘ ଦିନ ଧରି ଅଚଳ ହେଇଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁ ନ ଥିବା ବେଳେ ଗ୍ରାମାଞ୍ଚଳ ର ଅବସ୍ଥା କେମିତି ରହୁଥିବ ବୋଲି ମତ ପ୍ରକାଶ ପାଉଛି । ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବ୍ଳକ କାର୍ଯ୍ୟାଳୟ ରେ ଥିବା ଅମୃତ ଧାରା କୁ ସଚଳ କରିବାକୁ ସାଧାରଣ ରେ ଦାବି ହେଉଛି । (ପାଟଣାଗଡ଼/ଗୋରେଖନାଥ ବରିହା )

Exit mobile version