ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ମାହାଙ୍ଗା :- ମାହାଙ୍ଗାର ଗାନ୍ଧିବାଦୀ ନେତା ତଥା ପୂର୍ବତନ ବିଧାୟକ, ବିହନ ନିଗମ ଅଧ୍ୟକ୍ଷଙ୍କ ଚିକିତ୍ସାଧୀନ ଅବସ୍ତାରେ ଦେହାନ୍ତ ହୋଇଯାଇଛି, ଗତ ବର୍ଷ ମାହାଙ୍ଗାର ଦୁଇ ପ୍ରଦୀପ ତଥା ପୂର୍ବତନ ମନ୍ତ୍ରୀ ସେକ ମତଲୂବ ଅଲି ଓ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କୁ କରୋନା ମହାମାରୀ ୟିହଜଗତରୁ ଛଡାଇ ନେଇଥିବା ବେଳେ ଆଜି ତାଙ୍କୁ ବି ଛଡାଇ ନେଇଛି, ଏହା ମାହାଙ୍ଗା ଅଞ୍ଚଳ ପାଇଁ ବଡ ଦୁଃଖଦ ଖବର । ତାଙ୍କର ଶାନ୍ତ ସରଳ ଭଦ୍ର ଆମାୟିକ ଗୁଣ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା, ରାଜନୀତି ରେ ରହି ସଚ୍ଚୋଟ ନିଷ୍ଠାପର ଓ ଆଦର୍ଶ ପ୍ରତିଷ୍ଠା କରିବାରେ ସେ ଥିଲେ ଉଦାହରଣ। ବିହନ ନିଗମ ଅଧ୍ୟକ୍ଷ ହେଉ ବା କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରୂପେ ଦାୟିତ୍ଵ ନେଇ ବେଶ୍ ସଫଳ ହୋଇଥିଲେ, ।
