ମହାନତାର ଉଦାହରଣ ପାଲଟିଲା ଅନନ୍ୟା ଫାଉଣ୍ଡେସନ

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ନୟାଗଡ଼ :- ନୟାଗଡ଼ ଉପକଣ୍ଠ ଘଡୁଆଳ ଗ୍ରାମର ଦୋଇତ ଦେଈ ନାମ୍ନୀ ଜନୈକ ମହିଳା କିଛି ଦିନ ଜ୍ବରରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ କିନ୍ତୁ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ଗ୍ରାମବାସୀମାନେ କରୋନା ସନ୍ଦେହରେ ଶବଦାହ କରି ନଥିଲେ କି କୌଣସି ବନ୍ଧୁ ବାନ୍ଧବଙ୍କ ଦେଖା ନଥିଲା । ଆଜି ସକାଳୁ ଅନନ୍ୟା ଫାଉଣ୍ଡେସନ ଖବର ପାଇ ତାଙ୍କ ପାଖରେ ପହଞ୍ଚିଥିଲା ଓ ଆମ ସଦସ୍ୟଙ୍କ ସହଯୋଗରେ ଶବ ଦାହ କରିଥିଲା (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version