ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 2020 :- ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ ଓ ବିଧାନସଭା ବନ୍ଦ ନେଇ ଭାରତୀୟ ଜନତା ପାର୍ଟି ଆଜି ଏକ ସାମ୍ବାଦିକ ସ୧ିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜୁ ଜନତା ଦଳ ଜବାବ ରଖିଛି । କରୋନା ଆଳରେ ଗୃହ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମବୀ ଯେଭଳି ଗୃହ ବନ୍ଦ କଲେ, ତା’ ପଛରେ ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ଟଙ୍କା ଜମା କେଳେଙ୍କାରୀ ରହିଛି । କାଳେ ସରକାରଙ୍କ ଚରିତ୍ର ପଦାରେ ପଡିଯିବ, ସେ ନେଇ ଭୟରେ ଗୃହ ବନ୍ଦ କରାଯାଇଛି ବୋଲି ବିଜେପି ଅଭିଯୋଗ କରବା ପରେ ଏହାର କଡ଼ା ଜବାବ ବିଜେଡି । ଦଳରିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ବର୍ତ୍ତମାନ ରାଜନୀତି ନୁହେଁ, କରୋନା ପାଇଁ ଏକାଠି ହେବାର ସମୟ ଆସିଛି । ବିଜେପି ଦ୍ୱାରା ଅଣାଯାଇଥିବା ଅଭିଯୋଗ ସଂପୂର୍ଣ୍ଣ ଭାବେ ନିରାଧାର ବୋଲି ସେ କହିଛନ୍ତି । କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛ । ତେଣୁ ବିଜେପିର ଅଭିଯୋଗ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । କରୋନା ମୁକାବିଲା ପାଇଁ ମୁଖ୍ୟମବୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ବିଜେପି ନେତୃତ୍ୱ କାହିଁକି ଆଶଙ୍କା ପ୍ରକାଶ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଚନ୍ତି । କେନ୍ଦ୍ର ସରକାର ମଧ୍ୟ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତ । କରୋନା ମୁକାବିଲା ପାଇଁ ଓଡ଼ିଶାରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଦରକାର । ତେଣୁ ରାଜନୈତିକ ବୟାନବାଜି ନ କରି ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି ଶ୍ରୀଦାସବର୍ମା ।
ବିଧାନସଭା ବନ୍ଦ ଅଭିଯୋଗର ଜବାବ ରାଜନୀତି ନୁହେଁ, କରୋନା ପାଇଁ ଏକାଠି ହୁଅ

- Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍
Related Content
ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ
by
Proprietor Abhimanyu Maharana
June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ
by
Proprietor Abhimanyu Maharana
June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ
by
Proprietor Abhimanyu Maharana
June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ
by
Proprietor Abhimanyu Maharana
June 18, 2026
ବିଭିନ୍ନ ଅଂଚଳ ରୁ ଆସି ଫ୍ଲାଟରେ ଏକାଠି ରହୁଥିବା ଅନ୍ତେବାସୀ ଙ୍କ ମହିଳାମାନେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିଲେ ରଜ ମହୋତ୍ସବ
by
Proprietor Abhimanyu Maharana
June 18, 2026
କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ
by
Proprietor Abhimanyu Maharana
June 18, 2026