ଗୋସେବକ ସନାତନ ରଣାଙ୍କର ସଫଳ ପ୍ରୟାସ : ଷଣ୍ଢ କୁ ପୀଡ଼ା ମୁକ୍ତ କରାଇଲେ – ସନାତନ ରଣା

ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍‌ ଶନିବାର ) ରଣପୁର :- ରଣପୁର ବ୍ଲକ୍ ବଳଭଦ୍ରପୁର ପଞ୍ଚାୟତରେ ଦେଖିବାକୁ ମିଳିଥିଲା ଗୋଟିଏ ଷଣ୍ଢ ର ସିଂଘ ଅଧିକ ବଢ଼ିଯିବା କାରଣରୁ ମୁହଁ ରେ ପଶିଯାଇଥିଲା ଯାହାଫଳରେ ଷଣ୍ଢ ଟି ବହୁ କଷ୍ଟ ଭୋଗୁଥିଲା । ଘରେ ରଖିଥିବା ଗୋଇଗୋରୁ ମାନଙ୍କ ଦେହ ଅସୁସ୍ଥ ହେଲେ ଗାଈ ର ମାଲିକ ମାନେ ଆଗେଇ ଆସନ୍ତି ଓ ପଶୁ ଡାକ୍ତରଖାନା କୁ ତୁରନ୍ତ ନେଇଯାଆନ୍ତି ।

ହେଲେ ଏବେ ଗୋରୁ ପ୍ରେମୀ ସନାତନ ରଣା ଙ୍କୁ ସର୍ବପ୍ରଥମେ ଖୋଜା ପଡୁଛି ରଣପୁର ରେ । ଷଣ୍ଢଟିର ସେବା କରିବା ପାଇଁ ବଳଭଦ୍ରପୁର ଅଞ୍ଚଳ ରୁ ଖବର ଆସିଥିଲା ରଣପୁର ଏନଏସି ର ଅଟୋ ଚାଳକ ସନାତନ ରଣା ଙ୍କ ପାଖକୁ ମୁହଁ ଭାଗରେ ସିଂଘ ପଶିଯାଇଥିବା ଷଣ୍ଢ ଟିକୁ ଉଦ୍ଧାର କରିବା ପାଇଁ କୌଣସି ପଶୁଡାକ୍ତର ମାନେ ଆସିନଥିଲେ ।

ଖବର ପାଇ ସନାତନ ରଣା ସେଠାରେ ପହଞ୍ଚି ଷଣ୍ଢ ମୁହଁରେ ପଶିଯାଇଥିବା ସିଙ୍ଘ କାଟି ସଫା କରିଦେଇଥିଲେ ପରେ ସେହି କ୍ଷତ ସ୍ଥାନରେ ଔଷଧ ଲଗାଇ ଷଣ୍ଢ ର ପୀଡା ଲାଘବ କରିଥିଲେ । ସନାତନ ହେଲେ ରଣପୁର ଏନଏସି ର ଏକ ପ୍ରସିଦ୍ଧ ଗୋସେବକ ଶ୍ରୀ ସନାତନ ରଣା ରଣପୁର ସ୍ଵପ୍ନେଶ୍ୱର୍ ମନ୍ଦିର ଆଗରେ ଗାଈ ଗୋରୁଙ୍କ ପାଇଁ ପାଣିକୁଣ୍ଡ ସ୍ଥାପନ କରି ପାଣି ରଖୁଛନ୍ତି । ପ୍ରତ୍ୟେକ ସାହି ମୁଣ୍ଡରେ ଗୋରୁ କୁଣ୍ଡ କରିବେ ବୋଲି ମଧ୍ୟ ଆଗକୁ ଲକ୍ଷ୍ୟ ରଖିଛନ୍ତି । ‘ଜୟ ଗୋମାତା’  (ରଣପୁର ବ୍ଲକ୍ ରିପୋର୍ଟ /ମନୋରଞ୍ଜନ )

Exit mobile version