ବାଙ୍କୀ ରେ ସେବାୟତ ଙ୍କ ଦ୍ୱାରା ବିଧିରେ ସମ୍ପନ୍ନ ହେଲା ଚନ୍ଦନ ଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍‌ ଶନିବାର ) ବାଙ୍କୀ :- ଓଡିଶା ର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇ ୨୧ଦିନରେଶେଷ ହେଉଥିବା ବେଳେ ବାଙ୍କୀ ରେ ଶେଷ ତିନି ଦିନ କେଉଁ ଆବାହନ କାଳରୁ ପ୍ରଚଳିତ ହୋଇଆସୁଛି । ଆଜି ବାଙ୍କୀ ରେ  ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା କେବଳ ବିଧି ଅନୁସାରେ  କିଛି ସେବାୟତ ଙ୍କ ଦ୍ଵାରା କୋଭିଡ କଟକଣା ରେ ଶେଷ ହୋଇଛି ।

ମା ଚର୍ଚ୍ଚିକା  ଙ୍କୁ ବିମାନରେ ଚର୍ଚ୍ଚିକା ଗ୍ରାମ  ଦେଇ ରେଣୁକା ତୁଠ କୁ ନେଇ ଚାପ ଖେଳେଇ ଦିବ୍ୟ ଆନନ୍ଦ ଅନୁଭବ କରିଥିଲେ ।  ସେବାୟତ ସଙ୍ଘ ସମ୍ପାଦକ ନୀଳମଣି ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ରଣା,ସଭ୍ୟ ବାବୁ କୁମାର ରଣା, ଅନନ୍ତ ରଣା,ଅଶୋକ ରଣା,ସୁଧୀର ରଣା,ଚନ୍ଦନ ରଣା ଙ୍କ ସମିତ କିଛି ସେବାୟତ ଏହି ବିଧିରେ ହେଉଥିବା ଚନ୍ଦନ ଯାତ୍ରା ରେ ସହଯୋଗ କରିଥିଲେ (ରିପୋର୍ଟ :ଗୌତମ ମିଶ୍ର)

Exit mobile version