ବାଙ୍କୀ ଉପଖଣ୍ଡରେ୨୩୨ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା ୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ,ଜଣେ ମୃତ,୩୫୦ ଜଣଙ୍କୁ ଟିକାକରଣ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍‌ ଶନିବାର ) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡର ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ର ଏବଂ ସ୍ୱାବ ସଂଗ୍ରହ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଲୟ ର ୨୩୨ ଜଣଙ୍କ  ଠାରୁ ସ୍ୱାବ ସଂଗ୍ରହ କରାଯାଇଛି ସେଥିମଧ୍ୟରୁ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ,ବେଦପୁର ଗ୍ରାମର ୯୦ ବର୍ଷୀୟ ବୃଦ୍ଧ କ ରୋନା ରେ ମୃତ,୩୫୦ ଜଣଙ୍କୁ କରୋନା ପ୍ରତିରୋଧକ ଟିକା କରଣ କରାଯାଇଛି। ବାଙ୍କୀ ଉପଖଣ୍ଡ ଚିିକିତ୍ସାଳୟରେ ୫୮ ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୪  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୧  ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପାଠ ଯାଇଛି। ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ର ରେ ୩୨  ଜଣଙ୍କର  ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧ ଜଣ  ଙ୍କ ରିପୋର୍ଟ  ପଜେଟିଭ ଚିହ୍ନଟ ହୋଇଛନ୍ତି  ।ସ୍ୱାସ୍ଥ୍ୟ କେନ୍ଦ୍ର ରୁ ୨୩ଜଣଙ୍କ ଆଟିଫିସିଆଲ ସ୍ୱାବ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠା ଯାଇଛି ।  ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ,ଉପସ୍ବାସ୍ଥ୍ୟ କେନ୍ଦ୍ରଓ କଢାମଲ୍ଲ ଠାରେ ସ୍ୱାବ ସଂଗ୍ରହ ଶିବିର ରୁ ୨୫ଜଣଙ୍କର ଆର୍ଟିପିସିଆର ସ୍ୱାବ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇଛି ଓ୮୨ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ବାଙ୍କୀ ଉପଖଣ୍ଡ ର ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାଳବସ୍ତ ଓ ତୁଳସୀପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୩୫୦ ଜଣଙ୍କୁ ଟିକାଦାନ କେନ୍ଦ୍ରରେ ଆଜି ଟିକା ଦାନ କରାଯାଇଛି ।ବାଙ୍କୀ ରେ କରୋନା  ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ କମିବାକୁ ଲାଗୁଛି ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶ। ବାଙ୍କୀ ଦେବପୁର ଗ୍ରାମ ର ୯୦ବର୍ଷୀୟ ଜଣେ ବୃଦ୍ଧ କରୋନା ରେ ଆକ୍ରାନ୍ତ ହୋଇ କଟକ ରେ ଚିକିତ୍ସିତ ହେଉଥିଲେ।ଆଜି ତାଙ୍କର କରୋନା ମୃତ୍ୟୁ ହୋଇଥିବା ବିଶେଷ ସୂତ୍ର ରୁ ପ୍ରକାଶ। (ରିପୋର୍ଟ :ଗୌତମ ମିଶ୍ର)

Exit mobile version