କାଗଜ ପତ୍ର ରେ କଣ୍ଟେନମେଣ୍ଟ ଜୋନ ବାସ୍ତବ ଚିତ୍ରକଣ୍ଟେନମେଣ୍ଟ ଜୋନ ନିୟମ କୋଭିଡ କଟକଣାକୁ ପଞ୍ଚାୟତ ବାସୀ ଙ୍କ ଉପହାସ 

ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍‌ ଶନିବାର ) ବାଙ୍କୀ :- ବାଙ୍କୀ ଗୋପାଳପୁର ଗ୍ରାମ ପଞ୍ଚାୟତ ରେ ଗତ ଏକମାସ ମଧ୍ୟରେ ୬୭ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଉକ୍ତ ଗ୍ରାମକୁ ୧ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ ସରପଞ୍ଚ ଉଷା ରାଣୀ ସାହୁ ଏହି ନିୟମ କୁ ପଞ୍ଚାୟତ ରେ ଲାଗୁ କରିଥିଲେ।କଣ୍ଟେନମେଣ୍ଟ ଜୋନ ଘୋଷଣା କାଗଜ ପତ୍ର ଭିତରେ ସୀମିତ ରହି ଗଲା । ଜନସାଧାରଣ ମାନେ ଏହି ନିୟମ କୁ ମନୁନାହାନ୍ତି କି ପାଞ୍ଚୟତ ପକ୍ଷରୁ କୌଣସି ସଚେତନ କରାଯାଇ ନଥିବା ବସ୍ତବିକ ଦୁର୍ଭାଗ୍ୟ ଜନକ ସଂକ୍ରମଣ ଲୋକେ ବାହାରେ ନିର୍ଭୟ ରେ ଏଣେ ତେଣେ ବୁଲୁଥିବା ରୁ ପଞ୍ଚାୟତ ରେ ଗୋଷ୍ଠି ସଂକ୍ରମଣର ହେବାର ଯଥେଷ୍ଟ ଅଶଙ୍କା କୁ ଏଡାଇ ହେବନାହିଁ ବୋଲି ପ୍ରକାଶ କଲେ ଦାୟିତ୍ୱରେ ରହିଥିବା ଆଶାକର୍ମୀ ଡ଼ଲି ଭୋଇ ।

ବାଙ୍କୀ ଗୋପାଳପୁର ପଞ୍ଚାୟତ ରେ ୬୭ ରୁ ଉର୍ଦ୍ଧ ଅଧିବାସୀ ଏକ ମାସ ମଧ୍ୟରେ କରୋନା ପଯେଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତ କୁ ରେଂଡ଼ ଜୋନ ମଧ୍ୟରେ ଚିହ୍ନଟ କରାଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ ଗତ ୧ତାରିଖରେ ଘୋଷଣା ହୋଇଛି। ହେଲେ ପଞ୍ଚାୟତ ବାସିଙ୍କ ଅଭିଯୋଗ ଏହି ଗୋପାଳପୁର ପଞ୍ଚାୟତକୁ କରୋନା ସଂକ୍ରମଣ ମୁକ୍ତ ପାଇଁ ପ୍ରଶାସନ ପକ୍ଷରୁ ଘୋଷିତ ଏହି ରେଡଜୋନକୁ ସମ୍ପୂର୍ଣ୍ଣ ଖୋଲାଖୋଲି ଉଲଗ୍ନ କରୁଛନ୍ତି ପଞ୍ଚାୟତ ଅନେକ ଅମାନିଆ। ରେଡଜୋନ ଭିତରେ ରହିଥିବା ଏହି ପଞ୍ଚାୟତ କୁ କିଭଳି ବାହାର ଲୋକେ ପ୍ରବେଶ କରୁଛନ୍ତି ଓ ପଞ୍ଚାୟତ ଲୋକେ କିପରି ବାହାରକୁ ଯାଉଛନ୍ତି ତାହା ଚିନ୍ତା ର ବିଷୟ ଏଥି ପ୍ରତି ସରପଞ୍ଚ କି ପଞ୍ଚାୟତ କର୍ମଚାରୀ ଙ୍କ ଚିନ୍ତା ନାହିଁ।

କେବଳ କାଗଜ ରେ କଣ୍ଟେନମେଣ୍ଟ ଜୋନ କରି ବସି ରହିଛନ୍ତି।ପଞ୍ଚାଯତ ରେ ରହିଥିବା ସମସ୍ତ ଦୋକାନ ଖୋଲା ରହିଛି ଅପର ପଟେ ଅନେକ ବୁଲା ବ୍ୟବସାୟୀ ପଞ୍ଚାୟ ତ ଆସି କରୁଛନ୍ତି ନିଜର ବ୍ୟବସାୟ କରୁଛନ୍ତି।ପୋଲିସ କି ପ୍ରଶାସନ ଅଧିକାରୀ ଙ୍କ ଦେଖା ନାହିଁ କେବଳ କାଗଜ ରେ କଣ୍ଟେନମେଣ୍ଟ ଜୋନ କରି ପ୍ରଶାସନ ଓ ପଞ୍ଚାୟତ ସରପଞ୍ଚ କରି ନିଜ ଦାଇତ୍ୱ ଶେଷ ଭାବି ଘରେ ବସିରହିବା ଆଲୋଚନା ର ବିଷୟ।ଯଦି ପଞ୍ଚାୟତ ରେ ଗୋଷ୍ଠୀ ସଂକ୍ରମଣ ହୁଏ ତେବେ କଣ କରାଯିବ ସେ ନେଇ ଚିନ୍ତାରେ ପଞ୍ଚାୟତ ବାସୀ।ଲୋକେ ଶାରୀରିକ ଦୂରତା ମନୁନାହାନ୍ତି ଦଳ ଦଳ ହୋଇ ଏଣେ ତେଣେ ବୁଲୁଛନ୍ତି ତାସ ଖେଳୁଛନ୍ତି ସେମାନଙ୍କୁ ଆକଟ ପାଇଁ ପଞ୍ଚାୟତ ଟ ଉଦ୍ୟମ ଶୂନ୍ୟ।ପ୍ରଶାସନ ଉକ୍ତ ପଞ୍ଚାୟତ କୁ ଗ୍ରସ୍ତ କରି କଣ୍ଟେନମେଣ୍ଟ ଜୋନ ଆଇନ କଡାକଡି ପାଳନ କରିବା ପାଇଁ ବିଭୁତି ଭୁଷଣ ଦାସ , ବିକାରୀ ମଲ୍ଲିକ,ଗଙ୍ଗାଧର ଦାସ ପ୍ରଭୁତି ବହୁ ପପଞ୍ଚା ଯତର ବହୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।ଏ ସମ୍ପର୍କରେ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଙ୍କୁ ଫୋନ କଲେ ସେ ଫୋନ ଉଠେଇ ନଥିଲେ। (ରିପୋର୍ଟ :ଗୌତମ ମିଶ୍ର)

Exit mobile version