ସାଇ ଇଣ୍ଟରନ୍ୟାସନାଲ୍ ଅଧ୍ୟକ୍ଷ ବିଜୟ ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଓ ଶୋକ ପ୍ରକାଶ  

ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍‌ ଶନିବାର ) ବାଙ୍କୀ :- ସାଇ ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ତଥା ଆଦର୍ଶ ବିଦ୍ୟାଳୟର ପରାମର୍ଶ ଦାତା ବିଜୟ ସାହୁଙ୍କ ବିୟୋଗରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ସାହୁ ନିଜ ଉଦ୍ୟମରେ ଓଡ଼ିଶାର ଶିକ୍ଷା ବିପ୍ଳବର ଏକ କର୍ଣ୍ଣଧାରା ଥିଲେ । ତାଙ୍କ ଉଦ୍ୟମରେ ବାଙ୍କୀ ନିର୍ବାଚନି ମଣ୍ଡଳୀର ଗୋଡିସାହି ରାମଦାସପୁର ଠାରେ ଓ ଭୁବନେଶ୍ୱର ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠା କରି ବହୁ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାଦାନ ଦିଆଯାଉଛି । ସ୍ୱର୍ଗତ ସାହୁ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟଗୁଡିକର ପରାମର୍ଶଦାତା ଥିଲେ ।

ରାଜ୍ୟ ସରକାର ତାଙ୍କୁ ମଧ୍ୟ କ୍ୟାବିନେଟ୍ ପାହ୍ୟାର ମାନ୍ୟତା ପ୍ରଦାନ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଏକ ଶିକ୍ଷା ବପ୍ଲବ ର ସଂଗଠନକୁ ହରାଇଲା ବୋଲି ଅଦୈତ୍ୟ ଫାଉଣ୍ଡେସନର ମୁଖ୍ୟ ଯୁବ ସମାଜସେବୀ ନଳନୀ କୁମାର ରାୟ ଓ ସଭାପତି ତାପସ ଦ୍ୱିବେଦୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସ୍ୱର୍ଗତ ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମା’ଚର୍ଚ୍ଚିକାଙ୍କ ପାଖରେ ପାର୍ଥନା କରିଛନ୍ତି । ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସଂପାଦକ ସୁବାସ ଚନ୍ଦ୍ର ପାଢ଼ୀ, ସାମ୍ବାଦିକ ଗୌତମ ମିଶ୍ର,ଶୁଭେନ୍ଦୁ ମହାପାତ୍ର, ରାଷ୍ଟ୍ରୀୟ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଭ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ଶ୍ରୀଯୁକ୍ତ ସାହୁଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  (ରିପୋର୍ଟ :ଗୌତମ ମିଶ୍ର)

Exit mobile version