ମୋହନାରେ ପାନୀୟ ଜଳର ସମାଧାନ ପାଇଁ ବିଡ଼ିଓଙ୍କ ବିଭିନ୍ନ ସାହି ଓ ପାଣି ଟାଙ୍କି ପରିଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ପଞ୍ଚାୟତରେ ଦିନକୁ ଦିନ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି । ମୋହନା ପଞ୍ଚାୟତର ୮ଟି ୱାର୍ଡକୁ ପାଣି ମିଳିବାରେ ନାନା ଅସୁବିଧା ସୃଷ୍ଟି ହେଉଛି। ପାଣି ମୁନ୍ଦାଏ ପାଇଁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁ ଜାଣି ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିବା ମୋହନା ବାସୀଙ୍କୁ ହତଚକିତ କରିଛି। ପ୍ରତ୍ୟେକ ଦିନ ପାଣିର ସମସ୍ୟା ଲାଗି ରହୁଥିବାରୁ ୧୦ ନମ୍ବର ୱର୍ଡର ସାହି ବାସିନ୍ଦା ୱ।ର୍ଡ ମେମ୍ବରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପାନୀୟ ଜଳ ଦାୟିତ୍ୱରେ ରହିଥିବା ମହିଳା ସଂଘ ସହ ମଧ୍ୟ ପାନୀୟ ଜଳ ଯୋଗାଣକୁ ନେଇ ଯୁକ୍ତିତର୍କ ହୋଇଥିଲା ।

ଏହାପରେ ୧୦ ନମ୍ବର ୱ୲ର୍ଡର ମହିଳା ନେତ୍ରୀ ଜୟନ୍ତୀ ପଟ୍ଟନାୟକ ସ୍ଥାନୀୟ ବିଡିଓଙ୍କୁ ପାନୀୟ ଜଳର ସମସ୍ୟା ନେଇ ଜଣାଇଥିଲେ। ଅଭିଯୋଗକୁ ଭିତ୍ତିକରି ବିଡିଓ ସାର୍ଥକ ସୌରଭ ମହାପାତ୍ର ପାତ୍ରସାହି, ମାଣିକେଶ୍ଵରୀ ସାହି, ଶିବ ମନ୍ଦିର ସାହି ପରିଦର୍ଶନ କରି ଶିବ ମନ୍ଦିର ନିକଟରେ ଥିବା ପାଣିଟାଙ୍କି ନିକଟକୁ ଯାଇ ପାରିପାର୍ଶିକ ସ୍ଥିତି ଅନୁଧ୍ଯ।ନ କରି କିଭଳି ଜନସାଧାରଣଙ୍କୁ ପାନୀୟ ଜଳ ସୁବିଧାରେ ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସମୟରେ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ (୧) ପଦ୍ମନାଭ ଖଣ୍ଡେଇ ଓ (୨) ପବିତ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର ହୋଇଯିବ ବୋଲି ବିଡିଓ ଶ୍ରୀ ମହାପାତ୍ର କହିଥିଲେ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version