ଟୀକାକରଣ କୁ ତ୍ୱରାନ୍ୱିତ କରିବା ସହ ମାଗଣା ଟୀକା ପ୍ରଦାନ ; କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ପାରଳାଖେମୁଣ୍ଡି :- ମହାମାରୀ କରୋନା ଭୁତାଣୂ ର ସଂକ୍ରମଣ ଯୋଗୁଁ ସାରା ଭାରତର ଲୋକ ମାନେ ରୋଗାଗ୍ରସ୍ତ ହୋଇ ଦିନକୁ ଦିନ ମୃତ୍ୟୁବରଣ କରୁଛନ୍ତି, ଭୁତାଣୁ ର ସଂକ୍ରମଣ କୁ ରୋକିବା ପାଇଁ ଟୀକା ଆସିବା ପରେ ମଧ୍ଯ କେନ୍ଦ୍ର ସରକାରଙ୍କ ବେପାରୁଆ ମନୋଭାବ ଯୋଗୁଁ ଟୀକାକରଣ ଅଧିକ ରୁ ଅଧିକ ତ୍ୱରାନିତ ହୋଇପାରୁନାହିଁ। ଆଜିକା ଦିନରେ କେନ୍ଦ୍ର ସରକାର ଦୈନିକ ୧୬ ରୁ ୧୭ ଲକ୍ଷ ଲୋକ ଙ୍କୁ ଟୀକା କରଣ କରାଉଛନ୍ତି, ଯଦି ଏହିପରି ଟୀକାକରଣ ମନ୍ଥର ଗତି ରେ ଚାଲେ ସାରା ୧୪୦ କୋଟି

ଭାରତବର୍ଷର ଲୋକ ଙ୍କୁ ଟୀକା ଦେବାକୁ ତିନି ରୁ ଚାରି ବର୍ଷ ଲାଗିଯିବ ଯାହା କି ଦେଶର ଜନତା ଙ୍କ ପାଇଁ ପ୍ରଯୂଜ୍ୟ ନୁହେଁ । ଏଣୁ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥାମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ନେତୃତ୍ଵରେ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ପ୍ରତେକ ଭାରତୀୟ ଙ୍କୁ ଦେୟମୁକ୍ତ ଟୀକାକରଣ ଯୋଗାଇଦେବା ସହ ଦୈନିକ ଟୀକାକରଣ ୧ କୋଟି ଲୋକ ଙ୍କୁ ଟୀକାକରଣ କରିବା ନିମନ୍ତେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ ପଣ୍ଡା, କଂଗ୍ରେସ ନେତାମନୋଜ ସାହୁ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର,କୁନା ମାଝୀ ,ସନ୍ତୋଷ ରଥ ପ୍ରମୁଖ ଯୋଗ ଦେଇଥିଲେ

Exit mobile version