କୋଭିଡ ଶୂନ ପଞ୍ଚାୟତ ପାଇଁ ବିଡ଼ିଓଙ୍କ ପଦକ୍ଷେପ

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ହିଞ୍ଜିଳିକାଟୁ  :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ହୋଇଛି।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର କରୁଣ ପରିସ୍ଥିତି।ମହାମାରୀ ଯୋଗୁଁ ସ୍ଥିତି ଏପରି ହୋଇଛି ଯେ ନିଜ ସମ୍ପର୍କୀୟଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲେ ମଧ୍ୟ ଶବକୁ ଚାରିକାନ୍ଧ ଦେବା ତ ଦୂରର କଥା ପାଖ ମାଡିବାକୁ କେହି ବି ଉଚିତ ମଣୁ ନ ଥିବା ଘଟଣା ସାମ୍ନାକୁ ଆସିଛି।ଏଭଳି ବିକଳ ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି।ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି ଗଞ୍ଜାମ ଜିଲ୍ଲାର ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।କରୋନା ସହର ଛାଡି ଏବେ ଗାଁ ମୁଁହା।ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ସମୟ ସାପେକ୍ଷ ହୋଇଛି। ତଥାପି ସ୍ଥାନୀୟ ହିଞ୍ଜିଳି ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି। କରୋନାକୁ ମାତ ଦେବା ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି। ଗଞ୍ଜାମ ଜିଲ୍ଲାରେ କୋଭିଡର ସୁପରିଚାଳନା ସମ୍ପର୍କରେ ବିଭିନ୍ନ ପଦାଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ସକାଶେ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଡ଼ିଓ ସୁବ୍ରତ କୁମାର ଜେନା ହିଞ୍ଜିଳି ବ୍ଳକ ଦୁର୍ବନ୍ଧ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ କରୋନା ପରିଚାଳନା ପାଇଁ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।ମୁଖ୍ୟତଃ ସରପଞ୍ଚ,ସଭ୍ୟ ଓ କୋଭିଡ ମନିଟର, ଏଏନଏମ,ଆଶା ଓ ଅଙ୍ଗନବାଡିଙ୍କୁ ନେଇ ପଞ୍ଚାୟତକୁ କରୋନା ଶୂନ ପାଇଁ ଅଧିକରୁ ଅଧିକ ସ୍ୱାବ ସଂଗ୍ରହ ସହ ବ୍ୟାପକ ଭାବେ ଟୀକାକରଣ କରି ପ୍ରତ୍ୟେକଙ୍କ ଜୀବନ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।ପଞ୍ଚାୟତର ସମସ୍ତ ବ୍ୟବସାୟୀ ପଞ୍ଚସୁତ୍ରୀ ନିୟମ ଅନୁଯାୟୀ ବ୍ୟବସାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ସ୍ୱଚ୍ଛତା ଓ ପରିମଳ ଉପରେ ଧ୍ୟାନ ଦେବା ପାଇଁ କହିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ଯେପରି ବ୍ୟାହତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଡ଼ିଓ ଶ୍ରୀ ଜେନା ଆଲୋଚନା ବେଳେ ପ୍ରକାଶ କରିଥିଲେ। ସରପଞ୍ଚ ରଞ୍ଜୁ ବେହେରା, ସଭ୍ୟ ପ୍ରତିନିଧି ଗୋବିନ୍ଦ ସାହୁ, ରାମହରି ଶର୍ମା, ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଜିଆରଏସ ସନ୍ତୋଷିନୀ ମହାରଣା, ଏଏନଏମ, କୋଭିଡ ମନିଟର, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଗଣ ଆଲୋଚନା ବେଳେ ଉପସ୍ଥିତ ଥିଲେ ।        ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version