ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋ ପାଇବେ ନୟାଗଡ଼ର ସୂର୍ଯ୍ୟ ସିଦ୍ଧାନ୍ତ ରଥ

ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଅଭିନନ୍ଦନ… 

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ସହରର ଛାୟାପଥ ଲେନରେ ରହୁଥିବା ଦୂରଦୁରା ଗ୍ରାମର ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କ ସୁପୁତ୍ର ତଥା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ସୂର୍ଯ୍ୟ ସିଦ୍ଧାନ୍ତ ରଥ ପିଏଚଡି ଗବେଷଣା ପାଇଁ ( phD) ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଦ୍ୱାରା 2020-2021ବର୍ଷ ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ଜିଲ୍ଳାର ଗର୍ବ ଆଣିଛନ୍ତି

ପିଲାଟି ଦିନରୁ ଜଣେ ମୋଧାବି ଛାତ୍ର ଭାବେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ଶ୍ରୀମାନ ରଥଙ୍କ ଏହି ସଫଳତା ନିଶ୍ଚୟ ଅନ୍ୟ ମାନଙ୍କ ପ୍ରେରଣା ହେବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ ସହ ଦୀର୍ଘ, ନିରାମୟ ଜୀବନ ମହାପ୍ରଭୁଙ୍କ ନିକଟରେ କରୁଛି

ସୂର୍ଯ୍ୟଙ୍କ ଏହି ସଫଳତାରେ ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁ ଶ୍ରୀମାନ ରଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version