ଚାନ୍ଦପୁର ରେ ବେଆଇନ ଗୋରୁ ଚାଲାଣ କୁ ରୋକିବା ଦିଗରେ ପୋଲିସ ର ଧର ପଗଡ଼ ; ୩ ଅଭିଯୁକ୍ତ ଗିରଫ

ଚାନ୍ଦପୁର ଥାନା ଅନ୍ତର୍ଗତ ୧୨ କିମି ପର୍ଯ୍ୟନ୍ତ ରାସ୍ତା ରେ କୌଣସି ପ୍ରକାର ଗୋରୁ ଚାଲାଣ କରାଯାଇ ପାରିବ ନାହିଁ ଏବଂ ଗୋରୁ ମାଫିଆ ମାନଙ୍କୁ ଖୋଲା ଛଡା ଯିବ ନାହିଁ ସେମାନଙ୍କୁ ଜେଲ ପଠାଇବା ପାଇଁ ଚାନ୍ଦପୁର ଆଇ ଆଇସି ମତ ରଖିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର ରେ ବେଆଇନ ଖଣି ଓ ବେଆଇନ ଗୋରୁ ଚାଲାଣ ଉପରେ ପୋଲିସ ର ଯୁଦ୍ଧ ଘୋଷଣା । ବେଆଇନ ଖଣି ଖନନ କୁ ନେଇ ଚାନ୍ଦପୁର ର ସମସ୍ତ ଖଣି ଉପରେ ଚଢାଉ ଜାରି ରଖିଥିବା ବେଳେ ଏବେ ଚାନ୍ଦପୁରରେ ବେଆଇନ ଗୋରୁ ମାଫିଆ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି ଯାହାକୁ ନେଇ ପୋଲିସ ଲଗାତାର ଗୋରୁ ଗାଡି ଉପରେ କଡା ନଜର ରଖିଛନ୍ତି ।

ଚାନ୍ଦପୁର ଥାନାର ଆଇଆଇସି ରଶ୍ମି ରଞ୍ଜନ ଦାଶ , ମହିଳା ପୋଲିସ ଅଞ୍ଜଳୀ ଶାହା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଗତ ରାତିରେ ପେଟ୍ରୋଲିଂ ସମୟରେ ତିନୋଟି ଗୋରୁ ମାଫିଆ ଦଶଟି ଗୋରୁ ଙ୍କୁ ଏକ ଟେମ୍ପୋ ସାହାର୍ଯ୍ୟ ରେ ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ କହିବାନୁଯାୟୀ ଲୋକଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଗୋରୁ ଚୋରୀ କରି ନେଉଥିବା ଜଣା ପଡ଼ିଥିଲା । ଏହାପରେ ପୋଲିସ ଉକ୍ତ ଗାଡିଟିର ପିଛା କରିବାରୁ ମାଫିଆ ମାନେ ୮ ଟି ଗୋରୁ ଙ୍କୁ ରାସ୍ତାରେ ଫୋପାଡ଼ି ଦେଲେ ଯାହା ଫଳରେ ସେଥିମଧ୍ୟରୁ ଦୁଇଟି ଗାଈ ଉଦ୍ଧାର ହୋଇପାରିଥିବା ଜଣା ଯାଇଛି ।

ଗୋରୁ ଗାଡ଼ି ବଡ଼ପୋଖରୀଆ ଠାରେ ଅନ୍ୟ ଦୁଇଟି ଗୋରୁ ସହ ଅଭିଯୁକ୍ତ ମାନେ ପୋଲିସ ହାତରେ ଧରାପଡିଥିବା ଜଣା ପଡ଼ିଛି । ଏବଂ ଚାନ୍ଦପୁର ଥାନାରେ ଉକ୍ତ ୩ ଅଭିଯୁକ୍ତ ନାମରେ ଏକ ମାମଲା ରୁଜ୍ଜୁ ହୋଇ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଙ୍କ ଠାରୁ ଧାରୁଆ ଅସ୍ତ୍ର ଶସ୍ତ୍ର , ଏକ ଗାଡି ଜବତ ହୋଇଛି ଓ ଉଦ୍ଧାର ହୋଇଥିବା ଗୋରୁ ଗୁଡିକୁ ମାଲିକ ଙ୍କୁ ଜିମା ଦିଆଯାଇଛି । 

Exit mobile version