ଭୁବନେଶ୍ୱର (ଓଡିଶାତାଜାନ୍ୟୁଜ୍ ) ଭୁବନେଶ୍ୱର 2020 :- ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ସମିଳନୀ କକ୍ଷଠାରେ ଏମ୍ଏସ୍ଏମ୍ଇ ଓ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ନେଇ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ବହୁ ଅଗ୍ରଣୀ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ତଥା ଭାରୀ ଶିଳ୍ପ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବୈଠକରେ କରୋନାର ଭୟାବହତା ସ ̧ର୍କରେ ଆଲୋଚନା କରାଯାଇ ଏ ଦିଗରେ ସତର୍କ ଏବଂ ସଜାଗ ରହିବା ହିଁ ସର୍ବୋତ୍ତମ ପ୍ରତିଷେଧ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ… ବି.କେ. ମହା ପାତ୍ର କହିଥିଲେ । ତେବେ ଶିଳ୍ପାନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଜ ସ୍ତରରେ ସଚେତନ କରିବା, ସରକାରୀ ଭାବେ ଦିଆଯାଉଥିବା ନିର୍ଦ୍ଦେଶାବଳୀର ପାଳନ କରିବା ଆଦିକୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ସରକାର ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ୩⁄୪ାଏଁ ସ୍କୁଲ, କଲେଜ, ସିନେମା ହଲ୍, ସୁଇମିଂ ପୁଲ୍, ବ୍ୟାୟାମଶାଳା ପ୍ରଭୃତିକୁ ବନ୍ଦ କରି ଦେଇଛନ୍ତି । ଏଥିସହିତ ସରକାରୀ ସ୍ତରରେ ଆୟୋଜନ କରାଯାଉଥିବା ସଭା, ସମିତି ଉ ପରେ ମଧ୍ୟ ସାମୟିକ ଭାବେ ରୋକ ଲଗାଯାଇଛି । ଏଥି ପ୍ରତି ସଚେତନତା ହିଁ ରୋଗକୁ ପ୍ରତିରୋଧ କରି ପାରିବ ବୋଲି ବୈଠକରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ତେବେ କରୋନା ପ୍ରତି ଅନାବଶ୍ୟକ ଭୟଭୀତ ନ ହେବା ପାଇଁ କୁହାଯାଇଛି । ତା’ଛଡ଼ା ଏ ନେଇ ହେଉଥିବା ଗୁଜବ୍ ପ୍ରତି କର୍ଣ୍ଣ ପାତ ନ କରିବାକୁ ସଚିବ ପରାମର୍ଶ ଦେଇଥିଲେ । ସେ ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ଶିଳ୍ପ ବିଭାଗ ଯୁଗ୍ମମ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ… ବି.କେ. ମହା ପାତ୍ରଙ୍କୁ ନୋଡାଲ ଅଧିକାରୀ ଭାବେ ଅଧିକୃତ କରାଯାଇଥିବା ଘୋଷଣା କରିଥିଲେ । ଏମାନେ କି ପରି ଭାବେ ଶିଳ୍ପ ସଂସ୍ଥାଗୁଡ଼ିକରେ କରୋନା ନିର୍ଦ୍ଦେଶାବଳୀ ପ୍ରଚାର ପ୍ରସାର ହୋଇ ପାରିବ ତାହା ଦେଖିବା ସହିତ ସମସ୍ତ ଖବର ଅନ୍ତର ପ୍ରତି ଦୃଷ୍ଟି ରଖିବେ । ତା’ଛଡ଼ା ପରବର୍ତ୍ତୀ ସମୟରେ ଏ ସ ̧ର୍କରେ ଯାହାବି ସରକାରୀ ନିର୍ଦ୍ଦେଶନାମା ଆସିବ ତାକୁ ଜିଲ୍ଲା ଶିଳ୍ପ ଅଧିକାରୀମାନଙ୍କ ଜରିଆରେ ଜଣାଇ ଦିଆ୩⁄୪ିବ ବୋଲି ସଚିବ କହିଥିଲେ ।
ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ତରଫରୁ କରୋନା ସତର୍କତା ନିମନ୍ତେ ଜରୁରୀ ବୈଠକ

- Categories: Uncategorized, ଓଡ଼ିଶା, ଜୀବନଚର୍ଯ୍ୟା, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026