ଦଶପଲ୍ଲା ବିଧାୟକ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ଉଦ୍ଘାଟିତ ହେଲା କୋଭିଡ୍ କେୟାର ସେଣ୍ଟର୍

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଦଶପଲ୍ଲା  :- ନୟାଗଡ ଜିଲ୍ଲା ଦଶପଲ୍ଲା ଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଙ୍କ ଦ୍ଵାରା କୋଭିଡ୍ କେୟାର ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି ।

ଏହି ଉଦଘାଟନ କାର୍ଯ୍ୟକ୍ରମ ସମୟରେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ,ବିଡ଼ିଓ ଏବଂ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କୋଭିଡ୍ କେୟାର ସେଣ୍ଟର୍ ରେ ପ୍ରାଥମିକ ପର୍ଯ୍ୟାୟରେ ୫୦ ଶଯ୍ୟା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version