ଲୋକଙ୍କୁ ସଚେତନ କରୁଥିବା ବିଜେପି ନେତା ନିଜେ ଭୁଲିଗଲେ କରୋନା କଟକଣା ; ମୁହଁ ରେ ନାହିଁ ମାସ୍କ , ହାତରେ ନାହିଁ ଗ୍ଲୋବସ୍

 ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ବାଙ୍କୀ :- ବିଶ୍ୱ ସାଇକେଲ ଦିବସ ରେ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ  ନିଜେ ସାଇକେଲ ଚଲାଇ କହିଥିଲେ   ୨ଶହ ବର୍ଷରୁ ଅଧିକ ଧରି ଚାଲି ଆସିଥିବା ସାଇକେଲର ବିଶିଷ୍ଟତା ହେଲା ଦୀର୍ଘ ଆୟୁ, ନିର୍ଭର ଯୋଗ୍ୟତା ଓ ଶୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ   ନିଜେ ସାଇକେଲ ଚଲାଇ ଲୋକମାନଙ୍କୁ ସଚେତନ କରାଇଥିଲେ  । ଲୋକଙ୍କୁ ସଚେତନ କରୁଥିବା ବିଜେପି ନେତା ନିଜେ ଭୁଲିଗଲେ କରୋନା କଟକଣା ମୁହଁ ରେ ନାହିଁ ମାସ୍କ , ହାତରେ ନାହିଁ ଗ୍ଲୋବସ୍

 ୨୦୧୮ ଏପ୍ରିଲ୍‌ରେ  ଜୁନ୍ ୩ତାରିଖରେ ମିଳିତ ଜାତି ସଂଘ ସାଧାରଣ ସଭାଦ୍ୱାରା  ନିଷ୍ପତ୍ତି ନିଆଯାଇ ବିଶ୍ୱ ସାଇକେଲ୍ ଦିବସ ପାଳନ କରାଯାଉଛି  । ଶ୍ରୀ ପାଢ଼ୀ ଆଜି ନିଜେ ସାଇକେଲ ଚଲାଇ ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଲୋକମାନଙ୍କୁ ବର୍ତମାନ ବିଶ୍ୱର ସବୁଠାରୁ ବଡ଼ ସଙ୍କଟ କରୋନା ସମ୍ପର୍କରେ ଲୋକ  ମାନଙ୍କୁ  ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ।

ମାକ୍ସ ପିନ୍ଧିବା ,ଶାରୀରିକ ଦୂରତା ,ବାରମ୍ବାର ହାତ ଧୋଇବା ସମ୍ପର୍କରେ ଲୋକଙ୍କୁ ପାନ କରାଇଥିଲେ । ଶ୍ରୀ ପାଢ଼ୀ  ଙ୍କର   ଏପରି ନିଆରା ଢଙ୍ଗରେ କ ରୋନା ସଚେତନତା ସମସ୍ତ ମହଲରେ ବେଶ  ଆଦୃତ ହେବ ସହ ପ୍ରଭାବ ପକାଇଛି  । (ରିପୋର୍ଟ:ଗୌତମ ମିଶ୍ର)

Exit mobile version