ବାଙ୍କୀ ଉପଖଣ୍ଡରେ କରୋନାକୁ ବ୍ରେକ ପାଇଁ ଚିହ୍ନଟ  ସର୍ଭେ ଆରମ୍ଭ 

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ବାଙ୍କୀ :- ରାଜ୍ୟରେ ଦୃତଗତିରେ  ବଢ଼ୁ ଥିବା କରୋନା ସଂକ୍ରମଣ ଆସ୍ତେ ଆସ୍ତେ ଖସିବାକୁ ଲାଗୁଚି । ଆଜି ଠାରୁ ବାଙ୍କୀ ଓ ଡମପଡ଼ା ବ୍ଲକରେ କରୋନାକୁ ରୋକ ଲଗେଇବା ପାଇଁ ଆଶା ଓ ଅଙ୍ଗନୱାଡି କର୍ମୀମାନେ ଘର ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରି ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝୁଛନ୍ତି । ପ୍ରତି ଘରୁ ପ୍ରତ୍ୟକ ବ୍ୟକ୍ତି ଙ୍କୁ ଥଣ୍ଡା, କାଶ, ଜ୍ୱର ହେଉଛିକି ନାହିଁ କୌଣସି ରୋଗରେ ପିଡିତ ଅଛନ୍ତି କିନାହିଁ , ଟିକା ନେଇଛନ୍ତି କିନାହିଁ ଆଦି ତଥ୍ୟ ସଂଗ୍ରହ କରୁଛନ୍ତି ।

ଯେଉଁମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର ଲକ୍ଷଣଦେଖାଯାଉଛି ସେମାନଙ୍କର ଅକ୍ସିି ମିଟରରେ ଅକ୍ସିଜେନ୍ ସ୍ତର ଓ ଥର୍ମାଲ୍ ସ୍କାନର ମାଧ୍ୟମରେ ଦେହ ର ତାପମାତ୍ରା ମାପି ଅସୁସ୍ଥ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି  ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଏ ସଂପର୍କରେ ତଥ୍ୟପ୍ରଦାନ କରୁଛନ୍ତି । ବାଙ୍କୀ ବ୍ଲକ ସି.ଡି.ପି.ଓ ନିଜେ କରୋନାରେ ସଂକ୍ରମିତ ହୋଇ ଅସୁସ୍ଥ ଥିଲେମଧ୍ୟ ଫୋନ୍ ମାଧ୍ୟମରେ ବାଙ୍କୀ ବ୍ଳକର ଅଙ୍ଗନୱାର୍ଡି କର୍ମୀମାନଙ୍କୁ ଏହି କାର୍ଯ୍ୟରେ ସହଯୋଗକରି ବିଭିନ୍ନ ପ୍ରକାର ପରାମର୍ଶ ଦେଉଛନ୍ତି ।

ଡମପଡ଼ା ବ୍ଲକ ସି.ଡି.ପି.ଓ ନର୍ମଳା ପଣ୍ଡା ନିଜେଉପସ୍ଥିତ ରହି ବ୍ଲକ ଅଞ୍ଚଳରେ ଚାଲିଥିବା ଏହି କାର୍ଯ୍ୟର ତଦାରଖ କରୁଛନ୍ତି ।ଡମପଡା ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଶା ମାଙ୍କ ସହ କଥାହୋଇ ଅସୁସ୍ଥ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଥ୍ୟ ବୁଝୁଛନ୍ତି । 
(ରିପୋର୍ଟ/ଗୌତମ ମିଶ୍ର)

Exit mobile version