ବିଜୟ ସାହୁ ଙ୍କ ବିୟୋଗ ରେ ବାଙ୍କୀ ରେ ଶୋକ ର ଛାୟା

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ବାଙ୍କୀ :- ଓଡ଼ିଆ ଆଦର୍ଶ ବିଦ୍ୟାଳୟ ର ପରାମର୍ଶଦାତା ତଥା ସାଇ ଇଣ୍ଟରନ୍ୟାସନାଲ ର ପ୍ରତିଷ୍ଠାତା ବିଜୟ ସାହୁ ଙ୍କ ଆଜି କରୋନା ରେ ବିୟୋଗ କୁ ବାଙ୍କୀ ର ଶିକ୍ଷା ପ୍ରେମୀ ଓ ବୁଦ୍ଧିଜୀବୀ ସହଜ ରେ ଗ୍ରହଣ କରିପାରୁନାହାନ୍ତି । ବିଜୟ ଙ୍କ ବାଙ୍କୀ ପ୍ରତି ସ୍ୱତନ୍ତ୍ର ପ୍ରୀତି ଥିଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ର ଗୋଡିସାହିରେ ସେ ତାଙ୍କର ମାନସ ଅନୁଷ୍ଠାନ ସାଇ ଇଣ୍ଟରନ୍ୟାସନାଲ ର ଦ୍ଵିତୀୟ କ୍ୟାମ୍ପସ କରିଛନ୍ତି ।

ସେଠାରେ ପିଲା ରେସିଡେନ୍ସସିରେ ରହି ଆଧୁନିକ ଶିକ୍ଷା ହାସଲ କରୁଛନ୍ତି।ସେ ସାଇ ପ୍ରେମୀ ଥିଲେ ବାଙ୍କୀ ସାହାଡ଼ାପଦା ରେ ସାଇ ମନ୍ଦିର ପ୍ରତିଷ୍ଠା ରେ ଯୋଗ ଦେଇ ବାଙ୍କୀ ଲୋକଙ୍କ ମଙ୍ଗଳ ମାନସୀ ଥିଲେ।ତାଙ୍କର ବିୟୋଗ କୁ ଶିକ୍ଷା ଜଗତ ର ଅପୁରଣୀୟ କ୍ଷତି ହୋଇଛି ବୋଲି ବାଙ୍କୀ ର ସାମାଜିକ କର୍ମୀ ନଳୀନ ରାୟ ପ୍ରକାଶ କରିଥିଲେ।ଆଜି ନଳୀନ ଙ୍କ ପ୍ରଚେଷ୍ଟା ରେ ବିଜୟ ଙ୍କ ଏକ ଫୋଟୋ ପାଖରେ କିଛି ବିଜୟ ପ୍ରେମୀ ୧ମିନିଟ ନିରବ ପ୍ରାର୍ଥନା କରିଥିଲେ।ବାଙ୍କୀ ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡା,ସମ୍ପାଦକ ସୁବାସ ପାଢ଼ୀ, ଉପସଭାପତି ସମରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ସାମ୍ବାଦିକ ଗୌତମ ମିଶ୍ର ଙ୍କ ସମିତ ବହୁ ବିଜୟ ପ୍ରେମୀ ଶୋକ ପ୍ରକାଶ କରିଛନ୍ତି ।(ରିପୋର୍ଟ /ଗୌତମ ମିଶ୍ର)

Exit mobile version