ପାରଳାଖେମୁଣ୍ଡି ସହରର ଫ୍ରେଣ୍ଡସ କଲୋନୀ ନିବାସୀ ରାମନାଥ ପଣ୍ଡାଙ୍କ ଅକାଳ ବିୟୋଗ ରେ ବିଭିନ୍ନ ମହଲରେ ଶୋକ

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍‌ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଫ୍ରେଣ୍ଡସ କଲୋନୀ ନିବାସୀ ରାମନାଥ ପଣ୍ଡା, ଅବସରପ୍ରାପ୍ତ ସେନା ବିଭାଗର କର୍ମଚାରୀ AIIMS ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିବା ସମୟରେ କରୋନା ର ଶିକାର ହୋଇ ପ୍ରାଣତ୍ୟାଗ କଲେ । ତା ପୂର୍ବରୁ ସେ ଗୋଟିଏ ବାଇକ ଦୁର୍ଘଟଣା ରେ ଆହତ ହୋଈ ଭୁବେନଶ୍ବର ସ୍ଥିତ AIIMS ରେ ଚିକିତ୍ସାଧୀନ ଥିଲେ , ପାରଳାଖେମୁଣ୍ଡି ସ୍ଥିତ ନିଜ ଘରେ ଗତ ଦୁଇ ବର୍ଷ ହେଲା ନାରାୟଣ ଫାର୍ମାସୀ ନାମରେ ଏକ ହଲସେଲ ବ୍ୟେବସାୟ ଆରମ୍ଭ କରିଥିଲେ ।

ତାଙ୍କ ମୃତ୍ୟୁ ରେ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l ସେ ଜଣେ ପରୋପକାରୀ ଥିଲେ l ତାଙ୍କ ମୃତ୍ୟୁ ରେ ପୁର୍ବତନ ନଗର ପାଳ କେ. ରାମସ୍ୱାମି, ପୁର୍ବତନ ନଗର ପାଳ ସଞ୍ଜୟ ଅଧିକାରୀ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ୱାଇ. ଗାଡେୟା, ଭି. ଚନ୍ଦ୍ରଶେଖର (ବାବୁ), ପୂର୍ବତନ କାଉନସିଲର ସନ୍ଧ୍ୟା ରଣୀ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି   (ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version