ଆଗକୁ ଆସୁଛି ରଜ ଓ ସାବିତ୍ରୀ : ଲକଡାଉନ ନିୟମ ଉଲଘଂନ କଲେ – ୩୦ହଜାର ଟଙ୍କା ଫାଇନ କରାଯିବ

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍‌ ଗୁରୁବାର ) କଟକ :-  ଓଡ଼ିଆ ମାନଙ୍କର ଏହି ଦୁଇଟି ପର୍ବକୁ ଆଉ କେଇଟା ଦିନ ବାକି ଥିବା ବେଳେ ଏଥି ପାଇଁ ଲୁଚାଛପାରେ ଚାଲିଛି ଲୁଗା ବେପାର। ଆଗ ପଟରୁ ତାଲା ଦେଇ ପଛପଟେ ବ୍ୟବସାୟୀ ବେଧଡ଼କ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ଖବର ପାଇବା ପରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନୟାସଡ଼କ ଅଞ୍ଚଳରେ ଥିବା ଏକ ଲୁଗା ଶୋ’ରୁମ ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଗ୍ରାହକ ମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ । ସୋରୁମ ମାଲିକଙ୍କୁ ଲକଡାଉନ ନିୟମ ଉଲଘଂନ ଅଭିଯୋଗରେ ୩୦ହଜାର ଟଙ୍କା ଫାଇନ କରାଯିବା ସହ ତାଗିଦ୍ କରିଛି ସିଏମ୍ସିର ସ୍ୱତନ୍ତ୍ର ସ୍କ୍ୱାଡ୍ ।

ଏହା ପୂର୍ବରୁ ବୁଧବାର ଯାଜପୁର ରୋଡ୍‌ ନହକା ରାଇସ୍ ମିଲ୍ ପରିସରରେ ଥିବା ଏକ ଲୁଗା ଗୋଦାମକୁ ପୁଲିସ୍‌ ସିଲ୍ କରିଥିଲା । ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରି ଲୁଗା ଗୋଦାମ ଖୋଲିଥିବା ବେଳେ ପୁଲିସ୍ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଗୋଦାମ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ। ଏହା ଦେଖି ପୁଲିସ୍ ଓ ପୌର କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନରେ ଗୋଦାମରେ ଜମା ହୋଇଥିବା ସମସ୍ତ ଗ୍ରାହକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଥିଲା ପୁଲିସ୍‌ ।

Exit mobile version