କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନର ଅଭାବ ଦେଖା ଯାଇଛି

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍‌ ଗୁରୁବାର ) ଭୁବନେଶ୍ୱର :- ଅକ୍ସିଜେନ୍ ଯୋଗୁ ମଧ୍ୟ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ଏହାରି ଭିତରେ କରୋନା ମହାମାରୀରେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲଥ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ ଅମୃତ ଧାରା ନାମରେ ଏକ ନିଶୁଳ୍କ ଅକ୍ସିଜେନ୍ ଆଶ୍ରୟ ସ୍ଥଳି ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।

ଏହାର ଉନ୍ମୋଚନ ଅବସରରେ ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ ମୁଖ୍ୟ ପରିଚାଳକ ଡାକ୍ତର ପ୍ରିୟବ୍ରତ ଧିର, ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ଥର ବିଏମସି ଅନୁମୋଦନରେ ଓଡ଼ିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲ୍ଟର ପଟିଆ ବିଗ୍ ବଜାର ସ୍ଥିତ ତ୍ରିଷ୍ଣା ବନକ୍ୟୁଟ୍ ଠାରେ ଆରମ୍ଭ କରାଯାଇଛି।

ଏହି ସେଣ୍ଟର ସହ ଯୋଗାଯୋଗ କରିବା ପାଇଁ ଦୁଇଟି ନମ୍ବର ଜାରି ହୋଇଛି। ସେହି ନମ୍ବର ଦୁଇଟି ହେଉଛି- 7894433829 ଏବଂ ଅନ୍ୟଟି ହେଉଛି 8093822322। ଏହି ନମ୍ବରରେ ଯୋଗଯୋଗ କରି ଅକ୍ସିଜେନ୍ ପାଇଁ ସହାୟତା ମଗାଯାଇପାରିବ।

Exit mobile version