କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ନୟାଗଡ଼ର କୋଭିଡ୍‌ ପରିସ୍ଥିତି ଉପରେ ସମୀକ୍ଷା  

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍‌ ଗୁରୁବାର ) ନୟାଗଡ଼ :- କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ଅନିଲ କୁମାର ସାମଲ ଆଜି ଅପରାହ୍ନ ୫ଘଟିକା ସମୟରେ ଭର୍ଚୁଆଲ ମୋଡ୍‌ରେ ନୟାଗଡ଼ ଜିଲ୍ଲାର କୋଭିଡ୍ ପରିସ୍ଥିତି ତଥା ଅନ୍ୟାନ୍ୟ କାର୍ଯ୍ୟ ଉପରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ କହିଲେ ଯେ, ଜିଲ୍ଲାରେ ବର୍ତମାନ ଶତକଡ଼ା ୯୦ଭାଗ ଲୋକ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଡାକ୍ତରୀ ଦଳ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଆବଶ୍ୟକ ସ୍ଥଳେ କୋଭିଡ୍‌ ମେଡିକାଲକୁ ପଠାଯାଉଛି । ଜିଲ୍ଲାରେ ୩୮ଗୋଟି ଭ୍ରାମ୍ୟମାଣ ଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି ।

ସେହିଭଳି ଜିଲ୍ଲାରେ ୪୫ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଶତକଡ଼ା ୪୪ଭାଗ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଛି । ଭ୍ରାମ୍ୟମାଣ ଚିକିତ୍ସା ଦଳ ଦ୍ୱାରା କୋଭିଡ୍‌ ରୋଗୀଙ୍କୁ ଆମ୍ବୁଲାନସରେ ନେବା ଆଣିବା କରାଯାଉଛି । ଜିଲ୍ଲାରେ ଦୈନିକ ୬୫୦ ଜଞଚଉଜ ଏବଂ ୧୦୦୦ ଇଦ୍ଭଗ୍ଧସଶରଦ୍ଭ ଟେଷ୍ଟ କରାଯାଉଛି । ସେହିଭଳି ଅକ୍ସିଜେନ ଯୋଗାଣର ସୁବ୍ୟବସ୍ଥା ନିମନ୍ତେ ନୟାଗଡ଼ ସଦର ହସପିଟାଲ ଠାରେ ଏକ କ୍ଟଙ୍ଘଚ୍ଚଶରଦ୍ଭ କ୍ଟ୍ରକ୍ଷବଦ୍ଭଗ୍ଧ ନିର୍ମାଣ କରାଯାଉଛି । କୋଭିଡ୍‌ ହସପିଟାଲରେ ରୋଗୀମାନଙ୍କର ସଂପର୍କୀୟମାନଙ୍କୁ ରୋଗୀମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଉଛି ।

କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଶବ ସଂସ୍କାର ପାଇଁ ନୟାଗଡ଼ ପୌର ପରିଷଦ ମଧ୍ୟରେ ଥିବା ଶ୍ମଶାନ ଏବଂ ଚାନ୍ଦପୁର ମେଡିକାଲ ପରିସର ମଧ୍ୟରେ ବ୍ୟବସ୍ଥା କରାଯାଇଛି ା ଘରକୁ ଘର ବୁଲି ଆଶାକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ନିୟମିତ ସର୍ଭେ କରୁଛନ୍ତି । କୋଭିଡ୍ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଉଛି । କୋଭିଡ୍ ନିୟମ ମାନି ଚଳିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ,ଡି.ଏଫ.ଓ. ଶ୍ରୀ ଧନରାଜ ଏଚ.ଡି., ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର, ଡି.ପି.ଏମ ଶ୍ରୀ ନିତ୍ୟରଂଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version