ବେଆଇନ ଭାବେ ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ପୁରୀ ଜିଲ୍ଲା କଂଗ୍ରେସ କମିଟିର ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର (ଓଡିଶାତାଜାନ୍ୟୁଜ୍ ) କଂଗ୍ରେସ ତା-14.3.2020 :- ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଗୁରୁତର ଆର୍ଥକ ସଙ୍କଟରେ ଥିବା ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଥିବା ସମଗ୍ର ବିଶ୍ୱରେ ଏକ ଚର୍ଚ୍ଚାର ବିଷୟ । ଏହା ଏକ ସମ୍ବେଦନ ଓ ସ୍ପର୍ଶକାତର । ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଆମ ଓଡ଼ିଆ ଜାତି ପାଇଁ ଏକ ନିନ୍ଦନୀୟ ଘଟଣା । ସରକାର ବର୍ତ୍ତମାନ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି । ଚିଟ୍ ଫଣ୍ଡ ପରେ ଏବେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଉପରେ ସରକାରଙ୍କ ଲକ୍ଷ୍ୟ । ତେଣୁ ଉକ୍ତ ଅର୍ଥକୁ ୟେସ ବ୍ୟାଙ୍କରୁ ଫେରସ୍ତ ଆଣି ଜାତୀୟକରଣ ବ୍ୟାଙ୍କରେ ଜମା ରଖିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ତୁରନ୍ତ ନିର୍ଦ୍ଦେଶ ଦେବା, ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରସ୍ତ ଓ ସୁରକ୍ଷିତ, ଘଟଣାଟିର ନିରପେକ୍ଷ ତଦନ୍ତ ଓ ମନ୍ଦିରର ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ଦୁର୍ନିତୀରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ସିବିଆଇ ଦ୍ୱାରା ତଦନ୍ତ ଦାବୀରେ ଭାରତର ମହାମହୀମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପାଇଁ ଆଜି ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ବରେଣ୍ୟ ରାଜ୍ୟପାଳ ଡ. ଗଣେଷୀ ଲାଲଙ୍କ ସହିତ ରାଜଭବନଠାରେ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ତଥା ଏଆଇସିସି ସଭ୍ୟ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ବିନାୟକ ଦାସ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ବିଶ୍ୱ ଭୂଷଣ ଦାସ, ବିଦ୍ୟୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ଲଲାଟେନ୍ଦୁ ଦାସ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜୟ ନାରାୟଣ ପଟ୍ଟନାୟକ, ନିରଞ୍ଜନ ରଥ, ବିଶ୍ୱନାଥ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Exit mobile version