ପଦ୍ମପୁରରେ ଅକ୍ସିଜେନ ବେଙ୍କ ଉଦ୍ଦଘାଟନ କଲେ ସାଂସଦ

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍‌ ଗୁରୁବାର ) ପଦ୍ମପୁର :- ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ ଜନସାଧାରଣ ଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ସୁବିଧା ମାନ କରା ଯାଉଥିବା ବେଳେ ଯାଗା ଯାଗା ରେ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ମାନ କରାଯାଇଅଛି । କିନ୍ତୁ କୋଭିଡ ଆକ୍ରାନ୍ତ ମାନେ ତଥା ଜନସାଧାରଣ ଏହି ବ୍ୟବସ୍ଥା ମାନଙ୍କ ‌ଜରୁରୀ ସତ୍ୱେ ମଧ୍ୟ ସଂଖ୍ୟାଧିକ ରୋଗି ଙ୍କ ଯୋଗୁଁ ବେଡ ତଥା ଅକ୍ସିଜେନ ଆଦି ପାଇଁ ହଇରାଣ ହେଉଛନ୍ତି । ଅନ୍ୟ ପଟେ ଦିନ କୁ ଦିନ ବଢୁଥିବା ଲକଡାଉନ ଯୋଗୁଁ ଲୋକଙ୍କର ଜୀବନ ଶୈଳୀ ମଧ୍ୟ ବହୁ ମାତ୍ରା ରେ ବାଧା ପ୍ରାପ୍ତ ହେଉ ଥିବାରୁ ଘରୋଇ ଭାବରେ ଅକ୍ସିଜେନ ଆଦି ପାଇଁ ସକ୍ଷମ ହୋଇ ପାରୁ ନାହାନ୍ତି ।

ଏଣୁ ଏହି ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ଜନସାଧାରଣ ଙ୍କ ସୁବିଧା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଥିବା ବେଳେ ଆଜି ପଦ୍ମପୁର ମାରୱାଡି ଯୁବାମଂଚ ଏବଂ ପଦ୍ମପୁର ବଣିକ ସଂଘ ତରଫରୁ ଏକ ଅକ୍ସିଜେନ ବେଙ୍କ ଆରମ୍ଭ କରା ଯାଇଛି । ବରଗଡ ସାଂସଦ ସୁରେଶ ପୁଝାରୀ ଏହି ବେଙ୍କ ର ଶୁଭ ଉଦ୍ଦଘାଟନ କରିଛନ୍ତି,ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ତାଙ୍କ ତରଫରୁ ୧୫ ଟି ଅକ୍ସିଜେନ୍ ସିଲିଣ୍ଡର ଦାନ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପଦ୍ମପୁର ଅଞ୍ଚଳ ବାସୀ କେମିତି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ତା ଉପରେ ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଜେପି ଜିଲ୍ଲା ସଭାପତି ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା,ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ରମେଶ ଅଗ୍ରୱାଲ,ବିଜୟ ଅଗ୍ରୱାଲ,ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ କୁ ପଦ୍ମପୁର ବିଜେପି ନଗର ସଭାପତି ସୁନିଲ୍ ଅଗ୍ରୱାଲ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ମିଶ୍ର, ନାରାୟଣ ପୁରୋହିତ, ପ୍ରମୋଦ ମେହେର, ସୁବାଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version