ପୁର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସ  ଡିଜିଟାଲ ମୋଡ଼ରେ ପାଳିତ

ନୟାଗଡ଼ର ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଡିଜିଟାଲ ମୋଡ଼ରେ ନୟାଗଡ଼ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସରେ ସ୍ମୃତି ଚାରଣ କଲେ, ନୟାଗଡ଼ର ବିକାଶ ପାଇଁ ଜଣେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ ଭାଗବତ ବାବୁ : ଅରୁଣ

ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍‌ ଗୁରୁବାର ) ନୟାଗଡ଼ :- ନୟାଗଡ଼ର ବିକାଶ ପାଇଁ ଜଣେ ସମର୍ପିତ ତଥା ସାଲିସ ବିହୀନ ସଂଗ୍ରାମୀ ଥିଲେ ଭାଗବତ ବାବୁ ଓଡ଼ିଶାର ବିକାଶ ପାଇଁ ଛାତ୍ର ଆନ୍ଦୋଳନରୁ ଜଣେ ଯୁବ ନେତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଭାଗବତ ବାବୁ ନିଜର କାର୍ଯ୍ୟଦକ୍ଷତା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସ୍ନେହୀ ଥିଲେ ଏପରିକି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ହିସାବରେ ଜଣେ ଦୁର୍ଦ୍ଧଷ ନେତା ଭାବେ ଜନମାନସରେ ସେ ବେଶ ଲୋକପ୍ରିୟ ଥିବା ସହ ଜନସାଧାରଣଙ୍କ ଦୁଃଖ ସୁଖରେ ନିଜକୁ ସିଧାସଳଖ ସଂଶ୍ଲିଷ୍ଟ କରାଇ ସମସ୍ତ କଥା ବୁଝିବାରେ ବେଶ ଓସ୍ତାଦ ଥିଲେ ଭାଗବତ ବାବୁ ବୋଲି ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଏକ ଡିଜିଟାଲ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚଶିକ୍ଷ୍ୟା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରକାଶ କରିଥିବାବେଳେ ମହାନ ଆତ୍ମା ଚିରଦିନ ପାଇଁ ଅମର ରହିବ ବୋଲି ମତବ୍ୟକ୍ତ କରିଥିଲେ ଏହି ଶ୍ରାଦ୍ଧ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ଼ ଏନ.ଏ.ସି ର ପୂର୍ବ ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା  ଜୀବନ ବିନ୍ଦୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁରୁପ୍ରସାଦ ଜେନା ଭାଗବତ ବାବୁଙ୍କ ନୟାଗଡ ପ୍ରତି ଥିବା ଅମ୍ଲାନ ସ୍ଵାକ୍ଷରର ସ୍ମୃତି ଅବତାରଣା କରିଥିବା ବେଳେ

ରଣପୁରର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଶିଷ୍ଟ ବିଜେଡି ନେତା ଜଗନ୍ନାଥ ପଣ୍ଡା, ବିଶ୍ୱନାଥ ରଥ ଶର୍ମା, ମାଳତୀ ଗୁରୁ, ଗୋଲାପ ଦଳବେହେରା, ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଏସ.କେ. ନଇମଙ୍କ ସମେତ ଅନ୍ୟମାନେ ସ୍ବର୍ଗତ ବେହେରାଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ନିଜ ନିଜ ବକ୍ତବ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଭାଗବତ ବାବୁଙ୍କ  ସମ୍ପର୍କରେ ଡିଜିଟାଲ ସଭାରେ ଯେଉଁ ଅଙ୍ଗେନିଭା  ବକ୍ତବ୍ୟ ରଖିଲେ ସେଥିରେ ଉପସ୍ଥିତ ସମସ୍ତ ଭାଗବତ ପ୍ରେମୀଙ୍କ ଆଖି ଲୁହରେ ଜକେଇ ଯାଇଥିଲା ପରିଶେଷରେ କୋଭିଡ ଆଇନ ଅନୁଯାୟୀ ନୟାଗଡ଼ର ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ଡିଜିଟାଲ ସଭାରେ ଉପସ୍ଥିତ ସମସ୍ତ ଭାଗବତ ପ୍ରେମୀଙ୍କୁ ସେମାନଙ୍କର ସଦୟ ଉପସ୍ଥିତି ପାଇଁ ଏବଂ ଭାଗବତ ବାବୁଙ୍କ ସମ୍ପର୍କରେ ଯେଉଁ ବ୍ୟକ୍ତିତ୍ୱ ମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧା ଅର୍ପଣ କଲେ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ନୟାଗଡର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ (ରିପୋର୍ଟ /ରାମକୃଷ୍ଣ ରଥ, ନୟାଗଡ଼)

Exit mobile version