ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ର ଓଡ଼ିଶାରେ ସଫଳ ପରିଚାଳନାର ପ୍ରଥମ ବର୍ଷ ପୂର୍ତି ପାଳନ

ନିକଟରେ ୟାସ୍ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ସଫଳତାର ସହ ଅତିକ୍ରମ କରିଛିି
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ଭୁବନେଶ୍ୱର :- ଟାଟା ପାୱାରର ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ କାରବାର ପରିଚାଳନା କରିବାର ପ୍ରଥମ ବର୍ଷ ପୂର୍ତି ପାଳନ କରିଛି । ବର୍ଷକ ପୂର୍ବରୁ ଏହାକୁ ଅଧିଗ୍ରହଣ କରିବା ପରଠାରୁ ଟିପିସିଓଡିଏଲ୍ ଓଡ଼ିଶାର ଗ୍ରାହକମାନଙ୍କୁ ନିରନ୍ତର, ସୁଲଭ ଓ ଅଭିନବ ଶକ୍ତି ସମାଧାନ ନିୟମିତ ପ୍ରଦାନ କରାଯାଉଛି । ଭାରତର ସର୍ବବୃହତ ଘରୋଇ କ୍ଷେତ୍ରର ବିଦ୍ୟୁତ ବଂଟନ କଂପାନି ଭାବେ ଟାଟା ପାୱାର ଏବେ କେନ୍ଦ୍ର ଓଡ଼ିଶାରେ ଥିବା ପାଂଚଟି ସର୍କଲ୍ର ୨.୬ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ଏବଂ ସାରା ରାଜ୍ୟରେ କଂପାନିର ମୋଟ ୯ ନିୟୁତ ଗ୍ରାହକ ରହିଛନ୍ତି । ଟିପିସିଓଡିଏଲ୍ ପକ୍ଷରୁ ୨.୬ ଲକ୍ଷ ଖରାପ ମିଟର ବଦଳାଇ ଦିଆଯାଇଛି । କଂପାନି ପ୍ରତିଷେଧମୂଳକ ସମ୍ଭାବ୍ୟ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେଉଛି ଏବଂ ବିଦ୍ୟୁତ ଯୋଗାଣ ଭରସାଯୋଗ୍ୟତାରେ ଉନ୍ନତି ଆଣିିଛି । ଏହି ଅବଧି ମଧ୍ୟରେ କଂପାନି ତରଫରୁ କଟକ ଓ ପୁରୀରେ ଦୁଇଟି ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ସମେତ ପାଂଚଟି ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରିବା ଭଳି ଅନେକ ଗ୍ରାହକ କୈନ୍ଦ୍ରୀକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ବ୍ୟତୀତ, କଂପାନି ତରଫରୁ ଗ୍ରାହକମାନଙ୍କ ଲାଗି ନୂଆ ବିଲ୍ ଫର୍ମାଟ୍ ଉପସ୍ଥାପନ କରାଯାଇଛି ଯେଉଁଥିରେ ସେମାନଙ୍କୁ କ୍ୟାସ୍ବ୍ୟାକ୍ ଆଦି ଦିଆଯାଉଥିବା ବେଳେ ଆମାଜନ୍ ପେ, ପେଟିଏମ୍ ଓ ଫୋନପେ ଆଦି ଇ-ୱାଲେଟ୍ ଜରିଆରେ ବିଲ୍ ପ୍ରଦାନ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି ଓ ଶୂନ ବକେୟା ସହିତ ଅନ୍ୟାନ୍ୟ ଡିଜିଟାଲ୍ ପେମେଂଟ୍ ମାଧମକୁ ବ୍ୟବହାର କରି ବିଲ୍ ପେମେଂଟ୍ କରୁଥିବା ଗ୍ରାହକମାନଙ୍କ ଲାଗି “ପେ ଆଣ୍ଡ୍ ୱିନ୍’ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି ।
ଏହି ଅଭିଯାନ ଦ୍ୱାରା କେବଳ ଅନଲାଇନ୍ ବିଲ୍ ସଂଗ୍ରହ ୧୦୩% ବୃଦ୍ଧି ହୋଇଛି ତାହା ନୁହେଁ ବରଂ ପ୍ରଥମ ପଦକ୍ଷେପରେ ଗ୍ରାହକମାନଙ୍କ ଅଭିଯୋଗର ସମାଧାନ କରିବାର ଉଚ୍ଚ ସଫଳତା ହାର ହାସଲ କରିଛି । ଏକ ବର୍ଷର ମାଇଲଖୁଂଟ ସମ୍ପର୍କରେ ଶ୍ରୀଯୁକ୍ତ ସଂଚୟ ବାଙ୍ଗା, ସଭାପତି- ଟିଆଣ୍ଡ୍ଡି, ଟାଟା ପାୱାର କହିଛନ୍ତି ଯେ, “ଓଡ଼ିଶା ବଂଟନର ପ୍ରଥମ ବର୍ଷକୁ ପାଳନ କରୁଥିବାରୁ ଆମେ ଉଲ୍ଲସିତ । ସଫଳତାରେ ଟାଟା ପାୱାରର ରହିଥିବା ଟ୍ରାକ୍ ରେକର୍ଡ ଓ ବଂଟନ ବ୍ୟବସାୟରେ ଏହାର ବିଶେଷତାକୁ ନେଇ ଆମେ ଓଡିଶାରେ ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସମେତ ଉତ୍କୃଷ୍ଟ ଗ୍ରାହକ ସେବା ପାଇଁ ପ୍ରତିବଦ୍ଧ ରହିଅଛୁ ।’’ ଦେଶର ପୂର୍ବ ଉପକୂଳରେ ବର୍ଷା ବିତ୍ପାତ ଆଣିଥିଲା, ଘର ନଷ୍ଟ, ଚାଷ ଜମି କ୍ଷତିଗ୍ରସ୍ତ କରିଥିଲା ଏବଂ ବିଦ୍ୟୁତ ନେଟୱର୍କରେ ବିଭ୍ରାଟ ଆଣିଥିବା ସଦ୍ୟତମ ବାତ୍ୟା ୟାସ୍ ସମୟରେ ତ୍ୱରିତ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କରି ଉତ୍କୃଷ୍ଟ ଗ୍ରାହକ ସେବା ପାଇଁ ତାହା ହେଉଛି ଟିପିସିଓଡିଏଲ୍ର ପ୍ରତିବଦ୍ଧତାର ପ୍ରତିଫଳନ । ନିରନ୍ତର ନିରୀକ୍ଷଣ, ଫିଡରର ବ୍ୟବସ୍ଥିତ ପାଟ୍ରୋଲିଂ ଓ ନେଟ୍ୱର୍କ ଲାଇଫ୍ଗୁଡ଼ିକୁ ପରିସ୍କାର କରିବା ସହ ଟିପିସିଓଡିଏଲ ପକ୍ଷରୁ ଲ୍ୟାଣ୍ଡ୍ଫଲ୍ ହେବାର ୮ ଘଂଟା ଭିତରେ ୭୦% ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରାଯାଇଥିଲା । ନେଟ୍ୱର୍କର ବ୍ୟବସ୍ଥିତ ରକ୍ଷଣେବେକ୍ଷଣ ଜରିଆରେ ଦ୍ୱେତ ସହର (କଟକ ଓ ଭୁବନେଶ୍ୱର)ରେ ଟିପିସିଓଡିଏଲ୍ ୧୦୦% ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିଥିଲା ।
ଟିପିସିଓଡିଏଲ୍ର ଅତି ବଢ଼ିଆ ଭାବେ ଏବଂ ଢ଼ାଂଚାଗତ ଭାବେ ପ୍ରସ୍ତୁତ କରାଯାଇଥିବା ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରଚାଳନା ପ୍ଲାନ୍ ଯୋଗୁଁ ଏହା ସମ୍ଭବ ହୋଇଥିଲା ଯେଉଁଥିରେ ଅତି କମ୍ ସମୟ ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ଲାଗି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତମ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ସହି ନିର୍ଦିଷ୍ଟ ଭୂମିକା ଓ ଦାୟିତ୍ୱ ଧାର୍ଯ୍ୟ କରି ମଣିଷ, ଉପକରଣ ଏବଂ ଟୁଲସ୍ ମୂତୟନକୁ ନିଶ୍ଚିତ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନର ଏବଂ ସାରା ସରକାରଙ୍କ ତରଫରୁ ଏଭଳି ବିପର୍ଯ୍ୟୟକୁ ପରିଚାଳନା କରିବାରେ ରହିଥିବା ଗଭୀର ଅଭିଜ୍ଞତା ଆମକୁ ଏହି ଆହ୍ୱାନକୁ ଅତିକ୍ରମ କରିବା ଓ ଦ୍ରୁତ ଗତିରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାରେ ସହାୟକ ହୋଇଥିଲା । “ଟିପିସିଓଡିଏଲ୍ର ପ୍ରଥମ ବାର୍ଷିକୀକୁ ପାଳନ କରୁଥିବାରୁ ଆମେ ଗର୍ବିତ । ସଂପ୍ରତି ମହାମାରୀର ଆହ୍ୱାନ ସତ୍ୱେ ଆମେ ବିଭିନ୍ନ ପ୍ରକାର ଗ୍ରାହକ କୈନ୍ଦ୍ରୀକ ଅଭିଯାନକୁ ଡିଜିଟାଲ୍ ମାଧ୍ୟମରେ ସଫଳତାର ସହ କାର୍ଯ୍ୟକାରୀ କରି ଏହାକୁ ଏକ ସଫଳ ଓ ଫଳପୂର୍ଣ୍ଣ ବର୍ଷରେ ପରିଣତ କରିଛୁ । ଆମ ପ୍ରତି ସହଯୋଗ ରଖିଥିବା ଆମର ଗ୍ରାହକମାନଙ୍କୁ ଟିପିସିଓଡିଏଲ୍ର ସାରା ପରିବାର ତରଫରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ସେମାନଙ୍କ ପ୍ରତି ଆମ ନିରନ୍ତର ସହଯୋଗର ପ୍ରତିଶ୍ରୁତି ଦେଉଛି ବୋଲି ଶ୍ରୀଯୁକ୍ତ ଏମ୍ ସେନ୍ବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କହିଛନ୍ତି ।’’ ପୁନଶ୍ଚ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ କର୍ମଚାରୀ କୈନ୍ଦ୍ରୀକ ଅଭିଯାନ ଗ୍ରହଣ କରାଯାଇଛି ଯେଉଁଥିରେ ସାମିଲ ରହିଛି ପ୍ରାୟ ୫୦୦ ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ବ୍ୟବସାୟ ସହଯୋଗୀଙ୍କ ଜରିଆରେ ୮୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ପ୍ରଦାନ ।
କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ଏହା “ଜ୍ଞାନକୋଷ’ ନାମ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ଆରମ୍ଭ କରିବା, ସାମାଜିକ ସୁରକ୍ଷାର ଅଂଶ ସ୍ୱରୂପ ସମସ୍ତ ବ୍ୟବସାୟ ସହଯୋଗୀଙ୍କ ପାଇଁ ୧୦ ଲକ୍ଷ ଜିପିଏ ବୀମା ପଲିସି ଉପସ୍ଥାପନ, କୋଭିଡ୍-୧୯ ମହାମାରୀ ସମୟରେ କର୍ମଚାରୀମାନଙ୍କ ପାଇଁ କର୍ମ କ୍ଷେତ୍ରର ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ବିଭିନ୍ନ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସେସୁର କର୍ମଚାରୀମାନଙ୍କୁ ପେସାରେ ଅିଭବୃଦ୍ଧିର ସୁଯୋଗ ପ୍ରଦାନ କରାଯାଇଥିଲା ଏବଂ ନେଟୱର୍କ ରକ୍ଷଣାବେକ୍ଷଣ, ସଂଗ୍ରହ, ଉପକରଣ ପରିଚାଳନା, ମିଟର ରିଡିଂ, ବିଲିଂ ସମେତ ମାନବ ସମ୍ବଳ ଓ ଅନ୍ୟାନ୍ୟ ସହାୟତାର ଡିଜିଟାଲ୍କରଣ କରାଯାଇଥିଲା । ଏହା ବ୍ୟତୀତ, ଟିପିସିଓଡିଏଲ୍ ଟିମ୍ ତରଫରୁ ପ୍ରଯୁକ୍ତି ନୂତନତ୍ୱ ଉପସ୍ଥାପନ କରାଯାଇଥିଲା ଯେଉଁଥିରେ ସାମିଲ ରହିଛି ୱାଇଡ୍ ପାରାଲେଲ୍ ବିମ୍ (ଡବ୍ଲୁପିବି) ପୋଲ୍ ଉପସ୍ଥାପନ କରିବା ଯାହାର ଦୃଢ଼ତା ଅଧିକ ଓ ଆର୍ ଏସ୍ ଜୋଏଷ୍ଟ୍ ପୋଲ୍ ତୁଳନାରେ ତାହାର ମୂଲ୍ୟ ମଧ୍ୟ କମ୍ । ଏହା ସହିତ ବାତ୍ୟା ପ୍ରତିରୋଧୀ ନେଟୱର୍କ ବିକଶିତ କରିବା ଲାଗି ଏହା ସର୍ବେକ୍ଷଣ ଆରମ୍ଭ କରିଛି । କଂପାନିର ସବ୍-ଟ୍ରାନ୍ସମିସନ ସିଷ୍ଟମ୍ ଟିମ୍ ଗ୍ରିଡ୍ ଅଡି ଧାର୍ଯ୍ୟ କରିଛି ଯେଉଁଥିରେ ଗ୍ରିଡ୍ ସବ୍ଷ୍ଟେସନର ସମସ୍ତ ଉପକରଣର ପରୀକ୍ଷା କରାଯିବ ଏବଂ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରାଯିବ ଏବଂ ପର୍ଯ୍ୟାୟକ୍ରମେ ଉପକରଣ ପରିବର୍ତନ/ମରାମତି ଲାଗି ଯୋଜନା ପ୍ରସ୍ତୁତ କରାଯିବ, ସମସ୍ତ ସବ୍ଷ୍ଟେସନରେ-କଲର କୋଡିଂ, ବ୍ୟବସ୍ଥିତ ଭାବେ ସାଇତିବା ଏବଂ ସ୍ୱଚ୍ଛତା ଅଭିଯାନ, ୩୩/୧୧ କେଭିର ବ୍ୟବସ୍ଥିତ ଢଙ୍ଗରେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ଟ୍ରାନ୍ସଫରମରଗୁଡ଼ିକୁ ସଂସ୍ଥା ଭିତରେ ରି-କଣ୍ଡିସନ କରିବା ଓ ୫୦୦ ବ୍ୟବସାୟ ସହଯୋଗୀଙ୍କୁ ବିଷୟ ଭିତିକ ପ୍ରଶିକ୍ଷଣ ଦିଆଯାଇଛି । ଟିପିସିଓଡିଏଲ୍ ପକ୍ଷରୁ ଜିଆଇଏସ୍, ଏସ୍ସିଏଡିଏ ଓ ଗ୍ରାହକ ମ୍ୟାପିଂ ଆରମ୍ଭ କରାଯାଇଛି ଏବଂ ଆସନ୍ତା ତିନି ବର୍ଷରେ ସମସ୍ତ ଚାରି ଡିସ୍କମ୍କୁ ସ୍ମାର୍ଟ-ଟ୍ରିପ୍ ଉପଯୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଶ୍ରେଷ୍ଠ ୧୦ ଟ୍ରିପିଂ ଫିଡରର ମାସିକ ସମୀକ୍ଷା ସହ ଭବିଷ୍ୟତରେ ତାହାର ପୁନରାବୃତିକୁ ରୋକିବା ଲାଗି କଂପାନି ହାଇ ଟ୍ରାନ୍ସମିସନ (ଏଚ୍ଟି) ଓ ଲୋ ଟ୍ରାନ୍ସମିସନ (ଏଲ୍ଟି) ଲାଇନ୍ର ଏକ ସୁସ୍ଥକର ନେଟ୍ୱର୍କ ବିକଶିତ କରିଛି । ସେସୁର ପରିଚାଳନାକୁ ୨୦୨୦ ଜୁନ୍ରେ ଅଧିଗ୍ରହଣ କରିବା ପରେ ୨୦୨୧ ଜାନୁଆରିରେ ୱେସ୍କୋ (୨ ନିୟୁତ ଗ୍ରାହକ) ଓ ସାଉଥ୍କୋ (୨.୩ ନିୟୁତ ଗ୍ରାହକ) ଏବଂ ୨୦୨୧ ଫେବ୍ରୁଆରିରେ ନେ୍ସକୋ (୨ ନିୟୁତ ଗ୍ରାହକ) ଅଧିଗ୍ରହଣ କରିବା ଟାଟା ପାୱାର ପାଇଁ ଏକ ନୂଆ ମାଇଲଖୁଂଟ । କଂପାନି ଏବେ ସାରା ରାଜ୍ୟର ୯୦ ଲକ୍ଷ ଗ୍ରାହକଙ୍କ ସମଗ୍ର ବିଦ୍ୟୁତ ବିତରଣ ବ୍ୟବସ୍ଥା ପରିଚାଳନା ଉପରେ ଧ୍ୟାନ ଦେଉଛି ।