ଭୁବନେଶ୍ୱର (ଓଡିଶାତାଜାନ୍ୟୁଜ୍ ) ଭୁବନେଶ୍ୱର ତା-13.3.2020 :- ଜୟଦେବ ଭବନରେ ଡକ୍ଟର ରଜନୀ ରଞ୍ଜନଙ୍କର ୬୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କାଞ୍ଚନ ଫାଉଣ୍ଡେସନ ତରଫରୁ ପାଳିତ ହୋଇଯାଇଛି ଡ. ରଜନୀ ରଞ୍ଜନଅ୬୦ । ୩୦ ବର୍ଷ ଧରି ଡକ୍ଟର ରଜନୀ ରଞ୍ଜନଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସୃଷ୍ଟି କରିଛନ୍ତି ଏକ ମାଇଲ ଖୁଣ୍ଟ । ଚଳଚ୍ଚିତ୍ର ଜଗତରେ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିବା ୬୦ଟି ଚଳଚ୍ଚିତ୍ର ସଂଳାପ ଲେଖକ ଭାବେ ସେ ବେଶ୍ ଜଣାଶୁଣା । ସେ ଏକାଧାରାରେ ଜଣେ ଶିଶୁ ସାହିତ୍ୟିକ, ଅଧ୍ୟାପକ, ଗାଳ୍ପିକ ଓ ଗୀତିକାର । ଏହି ଅବସରରେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଥିବା ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ଚଳଚ୍ଚିତ୍ର ସଂଳାପ, ସାମ୍ବାଦିକ, ସ୍ତମ୍ଭକାର, କଣ୍ଠଶିଳ୍ପୀ, ଲେଖକ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଉଦ୍ଘାଟକ ଭାବେ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ପୂର୍ବତନ ପ୍ରଶାସକ ତଥା ସଙ୍ଗୀତ ନିର୍ଦ୍ଦେଶକ ରବିନାରାୟଣ ନନ୍ଦ, କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ପ୍ରମେୟର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର, ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ ଓ ଲୁଟୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଡ. ସନ୍ତୋଷ କୁମାର ଦାଶଙ୍କ ସଙ୍ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ବିଜୟ ମଲ୍ଲ । ଦୀନବନ୍ଧୁ ଭୋଇ, ତପନ କୁମାର ସ୍ୱାଇଁ, ବିଶ୍ୱଜିତ୍ ସମାନ୍ତରାୟ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।
ବିଶିଷ୍ଟ ସଂଳାପ ଲେଖକ ଡ. ରଜନୀ ରଞ୍ଜନଙ୍କ ୬୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ‘ଡ. ରଜନୀ ରଞ୍ଜନ@୬୦’

- Categories: Uncategorized, ଓଡ଼ିଶା, ମନୋରଞ୍ଜନ, ହୋମ୍
Related Content
କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ
by
Proprietor Abhimanyu Maharana
September 9, 2026
54th National Convention of Company Secretaries concludes in Bhubaneswar
by
Proprietor Abhimanyu Maharana
September 9, 2026
ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
by
Proprietor Abhimanyu Maharana
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ
by
Proprietor Abhimanyu Maharana
September 8, 2026
ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ
by
Proprietor Abhimanyu Maharana
September 8, 2026
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ
by
Proprietor Abhimanyu Maharana
September 8, 2026