ଭୁବନେଶ୍ୱର (ଓଡିଶାତାଜାନ୍ୟୁଜ୍ ) ଭୁବନେଶ୍ୱର ତା-13.3.2020 :- ଜୟଦେବ ଭବନରେ ଡକ୍ଟର ରଜନୀ ରଞ୍ଜନଙ୍କର ୬୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କାଞ୍ଚନ ଫାଉଣ୍ଡେସନ ତରଫରୁ ପାଳିତ ହୋଇଯାଇଛି ଡ. ରଜନୀ ରଞ୍ଜନଅ୬୦ । ୩୦ ବର୍ଷ ଧରି ଡକ୍ଟର ରଜନୀ ରଞ୍ଜନଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସୃଷ୍ଟି କରିଛନ୍ତି ଏକ ମାଇଲ ଖୁଣ୍ଟ । ଚଳଚ୍ଚିତ୍ର ଜଗତରେ ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିବା ୬୦ଟି ଚଳଚ୍ଚିତ୍ର ସଂଳାପ ଲେଖକ ଭାବେ ସେ ବେଶ୍ ଜଣାଶୁଣା । ସେ ଏକାଧାରାରେ ଜଣେ ଶିଶୁ ସାହିତ୍ୟିକ, ଅଧ୍ୟାପକ, ଗାଳ୍ପିକ ଓ ଗୀତିକାର । ଏହି ଅବସରରେ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଥିବା ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ଚଳଚ୍ଚିତ୍ର ସଂଳାପ, ସାମ୍ବାଦିକ, ସ୍ତମ୍ଭକାର, କଣ୍ଠଶିଳ୍ପୀ, ଲେଖକ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଉଦ୍ଘାଟକ ଭାବେ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ପୂର୍ବତନ ପ୍ରଶାସକ ତଥା ସଙ୍ଗୀତ ନିର୍ଦ୍ଦେଶକ ରବିନାରାୟଣ ନନ୍ଦ, କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, ପ୍ରମେୟର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର, ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ ଓ ଲୁଟୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ରଞ୍ଜନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଡ. ସନ୍ତୋଷ କୁମାର ଦାଶଙ୍କ ସଙ୍ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ବିଜୟ ମଲ୍ଲ । ଦୀନବନ୍ଧୁ ଭୋଇ, ତପନ କୁମାର ସ୍ୱାଇଁ, ବିଶ୍ୱଜିତ୍ ସମାନ୍ତରାୟ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।
ବିଶିଷ୍ଟ ସଂଳାପ ଲେଖକ ଡ. ରଜନୀ ରଞ୍ଜନଙ୍କ ୬୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ‘ଡ. ରଜନୀ ରଞ୍ଜନ@୬୦’

- Categories: Uncategorized, ଓଡ଼ିଶା, ମନୋରଞ୍ଜନ, ହୋମ୍
Related Content
ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି
by
Proprietor Abhimanyu Maharana
October 25, 2026
ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ
by
Proprietor Abhimanyu Maharana
October 25, 2026
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
by
Proprietor Abhimanyu Maharana
October 25, 2026
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା
by
Proprietor Abhimanyu Maharana
October 24, 2026
ଆଇପିଏଏଫ୍ ଭୁବନେଶ୍ୱର ୨୦୨୬ ଶାସ୍ତ୍ରୀୟ, ଲୋକ କଳା ଓ ସମାବେଶୀ ପ୍ରଦର୍ଶନ ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି
by
Proprietor Abhimanyu Maharana
October 24, 2026
IPAF Bhubaneswar 2026 Celebrates India's Rich Cultural Heritage Through Classical, Folk and Inclusive Performances
by
Proprietor Abhimanyu Maharana
October 24, 2026