ଡିମିରି ପଲ୍ଲୀ ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଡିମିରି ପଲ୍ଲୀ ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ସ୍ବାସ୍ଥ୍ୟ ଉପ କେନ୍ଦ୍ର ପରିଦର୍ଶନ କରିବା ସହିତ ଲୋକମାନଙ୍କ ସ୍ବାସ୍ଥ୍ୟ ସେବା ପାଇବା ଉପରେ ଗୁରୁତ୍ୱାରୋପ କରିବା ସହ କରୋନା ମହାମାରୀ ସମ୍ପର୍କରେ ଲୋକ ମାନଙ୍କୁ କିପରି ଅଧିକରୁ ଅଧିକ ସଚେତନ କରାଯାଇ

ସଂକ୍ରମଣ ରୁ ଲୋକ ମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ଉପକେନ୍ଦ୍ର କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ।ବିଧାୟକ ଙ୍କ ସହିତ ବରିଷ୍ଠ ବିଜେଡ଼ି ସଂଗଠକ ତଥା ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା ଉପସ୍ଥିତ ଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version