ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ — ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁନ , ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ଜାତୀୟସେବା ଯୋଜନା ତରଫରୁ ଭର୍ଚ୍ଚଆଲ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଭାଵଗ୍ରାହୀ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରୀ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ସଂଯୋଜକ ଡ଼ଃ ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି,ନୟାଗଡ଼ ଜିଲ୍ଲା ପୋଗ୍ରାମ ଅଧିକାରୀ ହୃଷିକେଶ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ

କୁରାଳ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ରାମପ୍ରସାଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କରୋନା ରୋଗର କାରଣ ଓ ନିରାକରଣ ସମ୍ବନ୍ଧେ ସ୍ବେଚ୍ଛାସେବୀ ମାନଙ୍କୁ ଆଲୋକପାତ କରାଇଥିବା ବେଳେ ମହାବିଦ୍ୟାଳୟର ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ ବେଦପାଠ କରି କାର୍ଯ୍ୟକ୍ରମକୁ ସରସସୁନ୍ଦର କରିବା ସହିତ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇଥିବା ବେଳେ ଇଂରାଜୀ ଅଧ୍ୟାପକ ତଥା ପୋଗ୍ରାମ ଅଫିସର କୃଷ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version