କୋଭିଡ-୧୯କୁ ମୁକାବିଲା କରୁଥିବା ଗଜପତି ଜିଲ୍ଲା ପ୍ରଶାସନ କୁ ସହାୟତାର ହାତ ବଢାଇଛନ୍ତି ପାରଳାଖେମୁଣ୍ଡି ଷ୍ଟେଟବ୍ୟାଙ୍କ ମୁଖ୍ୟ ପରିଚାଳକ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ପାରଳାଖେମୁଣ୍ଡି :-  କୋଭିଡ ନିୟନ୍ତ୍ରଣର ସହାୟତାର ହାତ ବଢେ଼ଇଛନ୍ତି ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର। ବିପୁଳ ପରିମାଣର ସାନିଟାଇଜର, ଉନ୍ନତ ମାନର ମାସ୍କ, ହେଣ୍ଡ ଓ୍ବାସ, ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ଦିନ ଓ ରାତିକୁ ଏକ କରି ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ଉତ୍ସର୍ଗୀକୃତ ଭାବେ ଲୋକଙ୍କୁ ସେବା ଯୋଗାଉଛନ୍ତି । ଲୋକଙ୍କୁ ସଚେତନ ଠାରୁ ଆରମ୍ଭ କରି ଚିକିତ୍ସା

ଯୋଗାଇବାରେ ବହୁ ପରିଶ୍ରମ ଓ ଜୀବନକୁ ବାଜି ଲଗାଇ କାମ କରୁଥିବା ଯୋଗୁଁ ଆଜି ଜିଲ୍ଲାରେ କରୋନା ସ୍ଥିତିକୁ ଏକ ପ୍ରକାର ନିୟନ୍ତ୍ରଣ କରାଯାଇ ପାରିଛି। ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି ନିମନ୍ତେ ସହାୟତାର ହାତ ବଢାଇ ୩୫ ହଜାର ଟଙ୍କା ବ୍ୟୟରେ ମାସ୍କ, ସାନିଟାଇଜର, ହେଣ୍ଡ ଓ୍ବାସ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ମ୍ୟାନେଜର ଅଶୋକ କୁମାର ପାଳ ।  (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ ) 

Exit mobile version