ବିଷ୍ଣୁପ୍ରିୟା ଫାଉଣ୍ଡେସନର ନିଶୁଳ୍କ ଅକ୍ସିଜେନ ସେବା ଶୁଭାରମ୍ଭ !

ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ଢେଙ୍କାନାଳ :- ମହାମାରୀ ସଙ୍କଟ ର ଦ୍ଵିତୀୟ ଲହରୀ ସାରା ଦେଶରେ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ଯ ବଢୁଛି ,ବିଶେଷ କରି ଗ୍ରାମାଞ୍ଚଳରେ ଘରୋଇ ସଙ୍ଗରୋଧ ଥିବା ଆକ୍ରାନ୍ତ ଙ୍କ ଅକ୍ସିଜେନ ସ୍ତର କମିଯିବା ବେଳେ ଠିକ୍ ସମୟରେ ଅକ୍ସିଜେନ ସିଲିଣ୍ଡର ମିଲୁନି, ଯାହା ଫଳରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି I ଏହା କୁ ଦୃଷ୍ଟିରେ ରଖି ଭୂବନ ର ବିଷ୍ଣୁପ୍ରିୟା ଫାଉଣ୍ଡେସନ୍, ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କ ସକ୍ରିୟ ସହଯୋଗ ରେ ଆଜି ଭୁବନ ଭଳି ଜନବହୁଳ ସହରରେ ନିଶୁଳ୍କ ଅକ୍ସିଜେନ ଯୋଗାଣ ସେବା ଆରମ୍ଭ କରାଯାଇଛି l

ଆଜି ଅୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ପ୍ରଭାସ ବେଉରା ଯୋଗ ଦେଇ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ l ଫାଉଣ୍ଡେସନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ଏହି ସେବା 6 ଜଣ ସଦସ୍ୟ ଙ୍କ ସକ୍ରିୟ ସହଯୋଗ ରେ 24 ଘଣ୍ଟିଆ ସେବା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର, ଭୁବନ ଆଇଆଇସି ପ୍ରଶାନ୍ତ ପାତ୍ର, ଜଗନ୍ନାଥ ମନ୍ଦିର ଉପଦେଷ୍ଟା ସମାଜସେବୀ ଗୋପିନାଥ ମହାନ୍ତି ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l (ରିପୋର୍ଟ୍, ଅମର ରଞ୍ଜନ ଦାସ) , ଢେଙ୍କାନାଳ।

Exit mobile version