ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ତଦାରଖ ନିମନ୍ତେ ପୌରାଞ୍ଚଳର ୧୬ ଏବଂ ୨୦ ନଂ ୱାର୍ଡ ଅଚାନକ ପରିଦର୍ଶନ କଲେ ସାଂସଦ ଶ୍ରୀ ମହେଶ ସାହୁ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ଢେଙ୍କାନାଳ :- ଜିଲ୍ଲା ପୌରାଞ୍ଚଳର ଅନେକ ସମସ୍ୟା ରହିଥିବା ବେଳେ ଏହାକୁ ଦୂରୀଭୂତ କରିବା ପାଇଁ ବିଭିନ୍ନ ୱାର୍ଡର ଅଧିବାସୀ ମାନେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଲା ପରେ ଢେଙ୍କାନାଳ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ସମସ୍ୟା ୧୬ ନଂ ଏବଂ ୨୦ ନଂ ୱାର୍ଡ଼ ଅନ୍ତର୍ଗତ ଟାଉନ୍ ପ୍ଳାନିଙ୍ଗ୍ ଅଂଚଳବାସୀ ସେମାନଙ୍କ ମୌଳିକ ସମସ୍ୟା ଡ୍ରେନେଜ୍ ବ୍ୟବସ୍ଥା ସମ୍ପର୍କରେ ପୂର୍ବରୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତଦନୁଯାୟୀ ନିକଟ ଅତୀତରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଜିଲ୍ଲାପାଳଙ୍କ ଆବା‌ହକତ୍ବରେ ପୌରାଞ୍ଚଳର ଉନ୍ନୟନମୂଳକ ବିଶେଷ କରି ଟାଉନ୍ ପ୍ଳାନିଙ୍ଗ୍ ଅଂଚଳର ଡ୍ରେନେଜ୍‌ ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା ଏବଂ ଏହି ଦୁଇଟି ୱାର୍ଡ଼ରେ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସାଂସଦ ପୌର ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କିଭଳି ହେଉଛି ତାହାର ତଦାରଖ କରିବା ପାଇଁ ସାଂସଦ ଆଜି ଅପରାହ୍ନରେ ଅଚାନକ ସଂପୃକ୍ତ ୱାର୍ଡ୍ ଦୁଇଟିକୁ ପରିଦର୍ଶନରେ ଯାଇଥିଲେ ।

ସେଠାରେ ସାଂସଦ ପୌର ଅଧିକାରୀଙ୍କୁ ସମସ୍ତ ସମସ୍ୟା ବୁଲାଇ ବୁଝାଇଥିଲେ। ସଂପୃକ୍ତ ଅଂଚଳରେ ଯଦି କୌଣସି ବ୍ୟକ୍ତି ଡ୍ରେନ୍ କୁ ଅବରୋଧ କରିଥିବ ତାକୁ ବିଧିବଦ୍ଧ ଭାବେ ନୋଟିସ ଦେଇ 6ଡ୍ରନ୍ ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆଇନ୍ ଅନୁଯାୟୀ ତ୍ବରାନ୍ବିତ କରିବା ପାଇଁ ସାଂସଦ ଶ୍ରୀକାନ୍ତ ମହେଶ ସାହୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ବେଳେ ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା,ରୁଦ୍ରାନ୍ତ ଦଳେଇ, ଲିଙ୍ଗରାଜ ସାହୁ,ପ୍ରତାପ ଦାସ, ଅବିନାଶ ଜେନା,ପ୍ରଦୀପ ମଲ୍ଲିକ, ରାଜେଶ ମଲ୍ଲିକ ପ୍ରମୁଖଙ୍କ ବ୍ୟତୀତ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।  (ରିପୋର୍ଟ୍, ଅମର ରଞ୍ଜନ ଦାସ ), ଢେଙ୍କାନାଳ।

Exit mobile version