ଭତ୍ତା ବଣ୍ଟନ ସହ କରୋନା ସଚେତନତା କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୦୨ ଜୁନ ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହ ପରିସରରେ ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଯୋଗ୍ୟ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ କରୋନା ନୀତି ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି ।ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂତନ ଯୋଗ୍ୟ ହିତାଧିକାରୀ ୭୦ ଜଣଙ୍କୁ ଭତ୍ତା ବଣ୍ଟନ କରିବା ସହ କରୋନା ସଂକ୍ରମଣ ରୁ ସୁରକ୍ଷିତ ରହିବା ପାଇଁ ସଚେତନତା କରିଥିଲେ ।

ସମ୍ମାନୀତ ଅତିଥି ଭାବେ ବିଡ଼ିଓ ବିବୁଧ ଗଡ଼ନାୟକ , ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ ପରିଚାଳନା କରିଥିଲେ। ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ପ୍ରତ୍ୟେକ ଲୋକାଭିମୁଖୀ କାର୍ଯ୍ୟ ର ସଫଳତା ଯୋଗୁଁ ନୂଆଗାଁ ବ୍ଲକ୍ ର କୋଣ ଅନୁକୋଣରେ ବିଧାୟକ ଙ୍କ କାର୍ଯ୍ୟ କୁ ନେଇ ଜନସାଧାରଣ ପ୍ରଶଂସା କରୁଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version