ସକାଳୁ ତହସିଲଦାର ଙ୍କ ପିତା ନିଖୋଜ , ଦୁଇ ଘଣ୍ଟା ପରେ ମିଳିଲେ ଅଚେତ ଅବସ୍ଥାରେ

ଓଡ଼ିଶା ତାଜା ନ୍ୟୁଜ (୦୨ ଜୁନ ବୁଧବାର ) ରଣପୁର/ରିପୋର୍ଟ ଅଭିମନ୍ୟୁ :- ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟ ଙ୍କ ପିତା ଲଡୁ କିଶୋର ସାମନ୍ତରାୟ ଆଜି ସକାଳୁ ନିଖୋଜ ଥିଲେ । ସକାଳୁ ସକାଳୁ ତହସିଲଦାର ଙ୍କ ସରକାରୀ ବାସଭବନରୁ କେଉଁଆଡ଼େ ନିଖୋଜ ଥିବା ଖବର ମିଳିଥିଲା ପରେ ରଣପୁର ଆଇ ଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସମେତ ପୋଲିସ କର୍ମଚାରୀ ଓ ତହସିଲଦାର ସଞ୍ଜୟ ସାମନ୍ତରାୟ ଚାରିଆଡେ ଖୋଜା ଖୋଜି କରିଥିଲେ ।

ଦୀର୍ଘ ଦୁଇ ତିନି ଘଣ୍ଟାର ଖୋଜା ଖୋଜି ପରେ ଶ୍ରୀ ଲଡୁ କିଶୋର ସାମନ୍ତରାୟ ରଣପୁର ମଣିନାଗ ମନ୍ଦିର ସ୍ଥିତ ହନୁମାନ ମନ୍ଦିର ଯିବା ରାସ୍ତାରେ ଅଚେତ ଅବସ୍ଥାରେ ମିଳିଥିଲେ ସ୍ଥାନୀୟ ଲୋକଙ୍କୁ । ତେବେ  ପଡ଼ିଯିବା କାରଣରୁ ହାତ ଭାଙ୍ଗି ଯାଇଛି ତାଙ୍କ ଚେତା ଫେରି ପାଇବା ପରେ ନିଜର ପରିଚୟ ଦେଇଥିଲେ ସେଠାରେ ତହସିଲଦାର ଓ ଆଇଆଇସି ପହଞ୍ଚି ଲଡୁ କିଶୋର ସାମନ୍ତରାୟ ଙ୍କୁ ଉଦ୍ଧାର କରିଥିଲେ । ସୂଚନାନୁସାରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି । 

Exit mobile version