କଟକ ଜିଲ୍ଲା ସ୍ୱାସ୍ଥ୍ୟପରିବାର କଲ୍ୟାଣ  ବିଭାଗ ପକ୍ଷରୁ ଡମପଡ଼ା ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ବାଙ୍କୀ :- କଟକ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟପରିବାର କଲ୍ୟାଣ ଅଧିକାରୀ  ଡାକ୍ତର ମମତା ମହାପାତ୍ର ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ମନ୍ଦାକିନୀ ବେହେରା ଆଜି ବାଙ୍କୀ ଉପଖଣ୍ଡର ଡମପଡ଼ା ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି କୋଭିଡ ପରିଚାଳନା ସଂପର୍କରେ ଆଲୋଚନା କରି ଟିକାକରଣ, ସ୍ୱାବ୍ ସଂଗ୍ରହ ଓ ଘରୋଇ ସଂଗରୋଧ ରହିଥିବା ରୋଗୀମାନଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟ ସଂପର୍କରେ ତର୍ଜମା କରିଥିଲେ ।

ଆଶାକର୍ମୀମାନେ ଘର ଘର ବୁଲି ଥର୍ମାଲ୍ ସ୍କାନର ଓ ଅକ୍ସିିମିଟର ଦ୍ୱାରା ସମସ୍ତଙ୍କର ସ୍ୱାସ୍ଥ୍ୟ କିପରି ପରୀକ୍ଷା କରିବେ  ସେ ସଂପର୍କରେ ଆଲୋଚନା କରି  କରି ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରାଯିବା ପାଇଁ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ରେ  ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେଶ ସାହୁ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦୀପ ସାହୁ, ସୁପରଭାଇଜର ମାନଭଞ୍ଜନ ଦଳେଇ ଓ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱଜିତ୍ ପଣ୍ଡା, ବି.ପି.ଏମ୍‌. ଅପର୍ଣ୍ଣା ମହାପାତ୍ର ଓ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତିଲତା ଦେଇ  ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ବୁଝାଇଥିଲେ । (ରିପୋର୍ଟ/ଗୌତମ ମିଶ୍ର)

Exit mobile version