ବିଶ୍ୱ ଦୁଗ୍ଧ ଦିବସ : ସଙ୍କଟରେ ଦୁଗ୍ଧ ଶିଳ୍ପ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :- ପ୍ରତିବର୍ଷ ଜୁନ ମାସ ୧ ତାରିଖକୁ ସାରା ବିଶ୍ୱରେ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି । ଦୁଗ୍ଧ ବା କ୍ଷୀର ମଣିଷ ସମାଜ ପାଇଁ ସୃଷ୍ଟିର ଏକ ଅତୁଳନୀୟ ଉପହାର । ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଦ ପର୍ଯ୍ୟନ୍ତ ଆବାଳ ବୃଦ୍ଦ ବନିତା ସମସ୍ତଙ୍କ ପାଇଁ କ୍ଷୀରର ଆବଶ୍ୟକତା ରହିଛି । ମା’ କ୍ଷୀର ହେଉ ବା ଗାଇ କ୍ଷୀର ତାହା ଅମୃତ ସମାନ । ହିନ୍ଦୁ ଧର୍ମରେ ଗୋମାତାର ସ୍ଥାନ ସ୍ୱତନ୍ତ୍ର । ଆଧୁନିକ ଯୁଗରେ ଆଧୁନି୍‌କତାର ଛାପରେ ମଣିଷ ସମସ୍ତ କ୍ଷେତ୍ରରେ ପରିବର୍ତନ ହୋଇ ଆସିଥିଲେ ମଧ୍ୟ ଦୁଗ୍ଧ ବା କ୍ଷୀରର ଚାହିଦା ସଦା ସର୍ବଦା ରହି ଆସିଛି ଏବଂ ଭବିଷ୍ୟତରେ ରହିବ ମଧ୍ୟ । ହେଲେ କିଛି ମାତ୍ରାରେ ପରିର୍ବନ ଦେଖାଦେଇଛି । ପୂର୍ବାପେକ୍ଷା ଆଧୁନିକ ଯୁଗରେ କ୍ଷୀର ବିକ୍ରିର ଗ୍ରାମୀଣ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବେ ଲୋପ ପାଇବାକୁ ବସିଛି । ପୁରାତନ କାଳରେ ମାଟିରେ ନିର୍ମିତ ସୋଲା, ବୋଡ଼ା, ଅଡ଼ା ପାତ୍ରରେ କ୍ଷୀର ବିକ୍ରି କରାଯ୍ଧମଥିବା ବେଳେ ଆଧୁନିକ ଯୁଗରେ ତାହା ଲିଟର ପରିମାଣରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।

ମାଟିର ଯାଗା ନେଇଛି ପ୍ଲାଷ୍ଟିକ । ବର୍ତମାନ ସ୍ଥିତିରେ ପ୍ୟାକେଟ କ୍ଷୀରର ଚାହିଦା ବଢିବାରେ ଲାଗିଛି । ଅନ୍ୟପକ୍ଷରେ ସ୍ଥାନୀୟ ବ୍ଳକର ବଭିନ୍ନ ଗ୍ରାମାଂଚଳରେ ଗାଇ ମାନଙକ୍କ ଠାରୁ ଉତ୍ପାଦିତ କ୍ଷୀରର ଅଭାବୀ ବିକ୍ରିକୁ ନେଇ ସ୍ଥାନୀୟ ଅଂଚଳର ଦୁଗ୍ଧ ଚାଷୀ ମାନେ ଚିନ୍ତାରେ ପଡ଼ିଛନ୍ତି । ଯାହା ଫଳରେ ହିଞ୍‌ଜିଳିକାଟୁ ବ୍ଳକ ଅଂଚଳରେ ଗ୍ରାମୀଣ ଦୁଗ୍ଧ ଚାଷ ସଙ୍କଟମୟ ପରିସ୍ଥିତି ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରମାଂଚଳରେ ହଜାର ହଜାର ସଂଖ୍ୟକ ଗାଇ, ମଇଁଷି ଥିଲେ ମଧ୍ୟ କ୍ଷର ବିକ୍ରି ସକାଶେ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ଦୁଗ୍ଧ ବ୍ୟବସାୟୀ ମାନେ କ୍ଷୀରର ଅଭାବ ବିକ୍ରି ସହ କମ ଦରରେ କ୍ଷୀର ବିକ୍ରି କରୁଥିବା ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରମାହଂଚଳରେ ସହସ୍ରାଧିକ ଗାଇଁ, ମଇଁଷି ପାଳନ କରାଯାଉଥିଲେ ମଧ୍ୟ ଉତ୍ପାଦିତ କ୍ଷୀର ବିକ୍ରି ହୋଇ ପାରୁନାହିଁ । ପୂର୍ବରୁ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତ ଠାରେ ଓମଫେଡ଼ ପକ୍ଷରୁ ଦୁଗ୍ଧ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା । ପରବର୍ତି ଅବସ୍ଥାରେ ତାହା ବନ୍ଦ ହୋଇଯାଇଥିଲା । ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତରେ ବହୁ ଗ୍ରାମ ରହିଥିଲେ ମଧ୍ୟ କୌଣସି ଗ୍ରାମରେ ଦୁଗ୍ଧ ସମବାୟ ସମିତି ନଥିବାରୁ ଦୁଗ୍ଧ ବ୍ୟବସାୟୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି । ଅନ୍ୟପଟେ ପ୍ୟାକେଟ କ୍ଷୀରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ସହଜରେ ନେବା ଆଣିବା କରିବା ସହିତ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ରହିପାରୁ ଥିବାରୁ ଗ୍ରାହକ ମାନଙ୍କ ପ୍ରତମ ପସନ୍ଦ ପାଲଟିଛି ପ୍ୟାକେଟ କ୍ଷୀର । ଗ୍ରାମାଂଚଳରେ ଚାଷୀ କ୍ଷୀରର ଉଚିତ ମୁଲ୍ୟ ପାଇପାରିଲେ ବିଶ୍ୱ ଦୁଗ୍ଧ ଦିବସର ଯର୍ଥାଥତା ପରିପ୍ରକାଶ ହେବ ବୋଲି ବହୁ ଦୁଗ୍ଧ ଚାଷୀ ମତପୋଷଣ କରିଛନ୍ତି ।    ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version